Encounter: ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ତେବେ ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ଉତରୀ କାଶ୍ମୀରର ଉରି ସେକ୍ଟରରେ କଣ୍ଟ୍ରୋଲ୍ ଲାଇନ୍ ଦେଇ ଅନୁପ୍ରବେଶ କରୁଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀ ଟଳି ପଡିଥିବା ସୂଚନା ରହିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏନକାଉଣ୍ଟର ଜାରି ରହିଛି । ତେବେ ନିପାତ ହୋଇଥିବା ଆତଙ୍କବାଦୀ ବିଦେଶୀ ବୋଲି ଜଣାପଡିଛି ।

ପ୍ରକୃତରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିବା ପରେ ଜଣେ ଅଜ୍ଞାତ ଆତଙ୍କବାଦୀଙ୍କୁ ସେନା ଦ୍ୱାରା ହତ୍ୟା କରାଯାଇଥିଲା। ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ଆମେ ଗୁପ୍ତଚର ସୂଚନା ପାଇଛୁ । ଏହାପରେ ସେନାବାହୀନି ସଜାଗ ରହିବା ସହ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ସେମାନେ ଅନୁପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଆତଙ୍କବାଦୀଙ୍କୁ ଭାରତୀୟ ସେନା ଚ୍ୟାଲେଞ୍ଜ କରିଥିଲା, ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଅପରେସନ ଜାରି ରହିଛି । ଉଭୟ ପାର୍ଶ୍ବରୁ ଗୁଳି ବିନିମୟ ଜାରି ରହିଛି । କହିରଖୁଛୁ କି, ଏକ ସପ୍ତାହ ପୂର୍ବରୁ ବିଏସଏଫର ଇନ୍ସପେକ୍ଟର ଜେନେରାଲ ଅଶୋକ ଯାଦବ କହିଥିଲେ ଯେ ଲଞ୍ଚପ୍ୟାଡରେ ଥିବା ପ୍ରାୟ 150 ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସୁରକ୍ଷା ବାହିନୀ ଏଭଳି ଉଦ୍ୟମକୁ ବିଫଳ କରିବେ ।