‘ଦଖଲ ହୋଇଥିବା ଆଦିବାସୀ ଜମିକୁ କରାଯିବ ବେଆଇନ ଘୋଷଣା’, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଆଜିର ବିଧାନସଭା ପ୍ରଶ୍ନ କାଳ ସମୟରେ ଆଦିବାସୀ ଜମି ହଡପ ପ୍ରସଙ୍ଗରେ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ ବିଜେପି ବିଧାୟକ ଭାସ୍କର ମଢେଇ କରିଛନ୍ତି। ଏହି ପ୍ରଶ୍ନରେ ସେ ପଚାରିଛନ୍ତି ଯେ, ଆଦିବାସୀଙ୍କ ଜମି ହଡପ ହୋଇଛି ଏବଂ ସେହି ଜମିରେ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇଛି। କିନ୍ତୁ ଏଠି ଆଇନ କାମ କରୁନି କି କୌଣସି ସଂଶୋଧନ ହେଉନି। ତେବେ ବିଧାନସଭାର ପ୍ରଶ୍ନକାଳରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି ଏହାର ଉତ୍ତର ରଖି କହିଛନ୍ତି ଯେ, ଆଇନ ଏବେ ବି କଡ଼ାକାଡି ରହିଛି। ଭୂସଂସ୍କାର ଆଇନ ୧୯୬୭ ଅନୁଯାୟୀ, ଯଦି କିଏ ଆଦିବାସୀ ଜମି କିଣନ୍ତି, ତେବେ ସେହି ଜମିକୁ ବେଆଇନ ଘୋଷଣା କରାଯାଇ ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସଂପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି।

ଏହିଭଳି ୬୫୪ ମାମଲା ବିଚାରାଧୀନ ଅଛି । ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି, ତାକୁ ବି ବେଆଇନ ଘୋଷଣା କରାଯିବ , ଏପରି ୮୮୧ ମାମଲା ବିଚାରାଧୀନ ଅଛି ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ କରାଯିବ। ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି, ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ସେହିପରି ଯଦି ଚଞ୍ଚକତା କରି ଆଦିବାସୀ ଜମି ନିଆଯାଇଥାଏ, ତେବେ ତା’ର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲପାଳଙ୍କୁ ଦିଆଯାଇଛି । ଯଦି ବିଚାର ନ ହୁଏ, ଉପ ଜିଲ୍ଲପାଳ ଏହାକୁ ଅସିଦ୍ଧ ଘୋଷଣା କରିପାରିବେ।

ଏହିପରି ୧୨ ୨୭୯ ମାମଲା ବିଚାରାଧୀନ ଥିବା ଗୃହକୁ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି । ଏଥିସହ ସେ କହିଛନ୍ତି ନୂଆ ଆର ଆଣ୍ଡ ଆର ପଲିସି ଆସିବ , ୨୦୦୬ ଆର ଆଣ୍ଡ ଆର ସଂଶୋଧନ କରି ୨୦୨୫ରେ ନୂଆ ଆଧୁନିକ ଆର ଆଣ୍ଡ ଆର ପଲିସି ଆଣିବାକୁ ସରକାର ଯୋଜନା କରୁଛନ୍ତି। ଜମି ବଦଳରେ ଜମି ଦେବା ନେଇ ସରକାର ଯୋଜନା କରୁଛନ୍ତି , ଯଦି କୌଣସି ପ୍ରକଳ୍ପ ପାଇଁ ଲୋକଙ୍କ ଜମି ନିଆଯାଉଛି କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର କିଭଳି ଜମି ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ । ଏହା ଉପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କନସିଭ ନୁହେଁ ଆମ ସରକାର ଡେଲିଭରି କରିବ।