fbpx
BSKY
BJD MC SKY
BJD YOUTH SKY

ପ୍ରଥମ ଦିନିକିଆରେ ଶେଫାଳୀଙ୍କ ବୟସକୁ ନେଇ ବିବାଦ, ଅଡୁଆରେ ପଡିଲେ ପ୍ରସାରଣକାରୀ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଜୁନ ୨୭ରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ଓପନିଂ ବ୍ୟାଟସମ୍ୟାନ ଶେଫାଳୀ ବର୍ମା ପଦାର୍ପଣ କରିଥିଲେ। ଶେଫାଳୀ ଉକ୍ତ ମ୍ୟାଚରେ ୧୪ ବଲରୁ ୧୫ ରନ କରିଥିଲେ। ୧୭ ବର୍ଷୀୟ ଶେଫାଳୀ ସବୁଠୁ କମ ବୟସରେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ପଦାର୍ପଣ କରିବାରେ ଭାରତର ପ୍ରଥମ କ୍ରିକେଟର ହେବାର ରେକର୍ଡ କରିଛନ୍ତି। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ହେଲେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶେଫାଳୀଙ୍କ ବୟସକୁ ନେଇ ବିବାଦ ଦେଖା ଦେଇଛି। ଏହି ବିବାଦ ସେହି ସମୟରେ ଆରମ୍ଭ ହେଲା, ଯେତେବେଳେ ଶେଫାଳୀଙ୍କ ବୟସ ପ୍ରସାରଣକାରୀ ୨୮ ବର୍ଷ ଦେଖାଇଲେ।

ଏହା ପରେ ସାମାଜିକ ଗଣମାଧ୍ୟମରେ ପ୍ରସାରଣକାରୀଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଶେଫାଳୀଙ୍କ ଜନ୍ମ ୨୦୦୪ ଜାନୁଆରୀ ୨୮ରେ ହରିୟାଣାର ରୋହତକରେ ହୋଇଛି। ଶେଫାଳୀ ୨୦୧୯ରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ନିଜ ପ୍ରଦର୍ଶନ ବଳରେ ସଭିଙ୍କୁ ପ୍ରଭାବିତ କରିଥିଲେ।

 

ଶେଫାଳୀଙ୍କ ଭୁଲ୍ ବୟସକୁ ନେଇ ଲୋକେ ପ୍ରସାରଣକାରୀଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି। ଏପରିକି ମଜାଳିଆ ଟ୍ଵିଟ୍ ମଧ୍ୟ କରିଛନ୍ତି। ଶେଫାଳୀଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ସେହ୍ଵାଗ କୁହାଯାଏ। ବିରୋଧୀ ଦଳ ବିରୋଧରେ ଶେଫାଳୀ ନିର୍ଭର ସହ ବ୍ୟାଟିଂ କରିବା ନେଇ ପରିଚିତ। ଇଂଲଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟ ମ୍ୟାଚରେ ଶେଫାଳି ଉଭୟ ଇନିଂସରେ ୯୬ ଓ ୬୩ ରନର ଦମଦାର ଇନିଂସ ଖେଳିଥିଲେ। ନିଜ ପ୍ରଦର୍ଶନ ଯୋଗୁଁ ସେ ମ୍ୟାନ୍ ଅଫ ମ୍ୟାଚ୍ ବିବେଚିତ ହୋଇଥିଲେ। ଶେଫାଳୀ ଏ ପର୍ଯ୍ୟନ୍ତ ମୋଟ୍ ଗୋଟିଏ ଟେଷ୍ଟ, ଗୋଟିଏ ଦିନିକିଆ ଓ ୨୨ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

Get real time updates directly on you device, subscribe now.