fbpx

ପ୍ୟାରିସରେ ‘ବିଶ୍ୱକପ ଷ୍ଟେଜ ଥ୍ରୀ’ରେ ୩ଟି ସ୍ୱର୍ଣ୍ଣପଦକ ପରେ ବିଶ୍ୱର ନମ୍ବର-୧ ମାନ୍ୟତା ହାସଲ କଲେ ଦୀପିକା

ନୂଆଦିଲ୍ଲୀ: ଷ୍ଟାର ଇଣ୍ଡିଆନ୍ ତୀରନ୍ଦାଜ୍‌ ଦୀପିକା କୁମାରୀ ରବିବାର ଦିନ ପ୍ୟାରିସରେ ବିଶ୍ୱକପ ଷ୍ଟେଜ୍ ୩ରେ ହାଟ୍ରିକ୍ ସ୍ୱର୍ଣ୍ଣ ପଦକ ପରେ ସୋମବାର ଦିନ ବିଶ୍ୱ ରାକିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ୨୦୧୨ ରେ ପ୍ରଥମ ଥର ପାଇଁ ଏହି ତାଲିକାରେ ଶୀର୍ଷରେ ଥିବା ୨୭ ବର୍ଷୀୟ ଦୀପିକା ରବିବାର ଦିନ ତିନୋଟି ତୀରଚାଳନା ପ୍ରତିଯୋଗିତା ଯଥା – ୱିମିନ୍‌ସ୍‌ ଇଣ୍ଡିଭିଜୁଆଲ୍‌’, ‘ଉଇମିନ୍‌ସ୍‌ ଟିମ୍’ ଏବଂ ‘ଉଇମିନ୍‌ସ୍‌ ମିକ୍ସଡ୍‌’ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତ । ଏହାଦ୍ୱାରା ଦୀପିକା ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଛନ୍ତି । ଏନେଇ ବିଶ୍ୱ ତୀରନ୍ଦାଜର ଅଫିସିଆଲ ଆକାଉଣ୍ଟ ପକ୍ଷରୁ ଟ୍ୱିଟର ମାଧ୍ୟମରେ ସୂଚନା ଦିଆଯାଇଛି ।

ତେବେ ଦୀପିକା ପ୍ରଥମେ ଅଙ୍କିତା ଭକ୍ତ ଏବଂ କୋମାଲିକା ବାରିଙ୍କ ସହ ମିଶି ମେକ୍ସିକୋ ଉପରେ ବିଜୟ ସହ ମହିଳା ରିକର୍ଭ ଦଳ ସ୍ୱର୍ଣ୍ଣ ଜିତିଥିଲେ । ଏହାପରେ, ସେ ସ୍ବାମୀ ଅତନୁ ଦାସ ସହ ମିଶି ନେଦରଲାଣ୍ଡ୍‌ସ୍‌ର ଜେଫ୍ ଭ୍ୟାନ୍‌ ଡେନ୍‌ ବର୍ଗ ଏବଂ ଗାବ୍ରିଲିଆ ‌ସ୍ଲୋଏସର୍‌ଙ୍କୁ ୫-୩ରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ। ସେ ମୋଟ ଉପରେ ବିଶ୍ୱକପରେ ନଅଟି ସ୍ୱର୍ଣ୍ଣ, ୧୨ ଟି ର ରୌପ୍ୟ ଏବଂ ସାତଟି ବ୍ରୋଞ୍ଜ ପଦକ ପାଇଛନ୍ତି ।

Get real time updates directly on you device, subscribe now.