ମରଣ ମୁହଁରୁ ୬୫ ଲୋକଙ୍କୁ ଉଦ୍ଧାର କଲେ ଜଣେ ଇଞ୍ଜିନିଅର, ମିଳିଲା ସାହସିକତାର ସର୍ବୋଚ୍ଚ ପଦକ

ଜାଣନ୍ତୁ ଜଶ୍ୱନ୍ତ ଗିଲଙ୍କ ବୀରତ୍ୱର କାହାଣୀ...

ଓଡିଶା ଭାସ୍କର:ପଶ୍ଚିମବଙ୍ଗର ମହାବୀର କୋଇଲା ଖଣିରେ କିଛି କାମ ଚାଲିଥିବା ବେଳେ ୩ଶହ ଫୁଟ ଗଭୀର ମାଟି ତଳେ ଅନେକ ଶ୍ରମିକ ଫସିଯାଇଥିଲେ ।

ସେଠାରୁ ବାହାରିବା ପାଇଁ କୌଣସି ଉପାୟ ନଥିଲା ଏଣୁ ଶ୍ରମିକମାନଙ୍କ ମୃତ୍ୟୁ ହେବା ସୁନିଶ୍ଚିନ୍ତ ବୋଲି ସମସ୍ତେ ଭାବୁଥିଲୋ ମାତ୍ର ଜଶ୍ୱନ୍ତ ସିଂ ଗିଲ ନାମକ ଜଣେ ଯୁବକର ସାହସିକତା ଓ ଉଦ୍ୟମ ଏମାନଙ୍କୁ ବଁଚାଇଦେଇଥିଲା ।

୧୯୮୯ ମସିହାରେ ପଶ୍ଚିମବଙ୍ଗର ରାଣୀଗଞ୍ଜରେ ଥିବା ମହାବୀର କୋଇଲା ଖଣିରେ ପ୍ରାୟ ୩ଶହ ଫୁଟ ତଳେ ୨୨୦ ଜଣ ଶ୍ରମିକ କାମ କରୁଥିଲୋ ଏହି ସମୟରେ ଆଖିପିଛୁଳାକେ ମାଇନ୍ସ ଭିତରକୁ ପାଣି ମାଡି ଆସିଲ।।

ମାଇନ୍ସରୁ ବାହାରକୁ ଯିବା ରାସ୍ତା ପୁରା ବନ୍ଦ ହୋଇଗଲ।। କିଛି ଶ୍ରମିକ ବାହାରି ଯାଇଥିବା ବେଳେ ୬୫ଜଣ ମାଇନ୍ସରେ ଫସିଯାଇଥିଲୋ ଏମାନଙ୍କୁ କିପରି ବାହାର କରାଯିବ ବୋଲି ବଡ ବଡ ଇଞ୍ଜିନିଅର ବିଭିନ୍ନ ପ୍ରକାର ଚେଷ୍ଟା କଲେ । ମାତ୍ର କିଛି ଲାଭ ହୋଇନଥିଲା ।

ଏହି ସମୟରେ ଜଶ୍ୱନ୍ତ ସିଂ ଗିଲ ନାମକ ଜଣେ ଇଞ୍ଜିନିଅର ଗୋଟିଏ ଲୁହା କ୍ୟାପସୁଲ ତିଆରି କରି ଫସିଥିବା ଶ୍ରମିକଙ୍କୁ ଉପରକୁ ଆଣିବାର ମାଷ୍ଟରପ୍ଲାନ ବିଷୟରେ ଆଇଡିଆ ଦିଅନ୍ତିା ଶ୍ରମିକଙ୍କ ନିକଟକୁ କ୍ୟାପସୁଲରେ ବସି ତଳକୁ ଯିବାରେ ବିପଦ ଥିବାରୁ କେହି ତଳକୁ ଯିବାକୁ ରାଜି ହୁଅନ୍ତି ନାହିାଁ ଜଶ୍ୱନ୍ତ ସିଂ ଗିଲ ଟ୍ରାଏଲ ପାଇଁ ନିଜେ ସେଥିରେ ତଳକୁ ଯାଆନ୍ତି ଜଣ ଜଣ କରି ସମସ୍ତ ଶ୍ରମିକଙ୍କୁ ସେଠାରୁ ବାହାର କରନ୍ତିା

ଗିଲଙ୍କୁ ସର୍ବୋଚ୍ଚତମ ସମ୍ମାନ: ଜଶ୍ୱନ୍ତ ଗିଲଙ୍କ ବୀରତ୍ୱ ପାଇଁ ୧୯୯୧ ମସିହାରେ ରାଷ୍ଟ୍ରପତି ରାମସ୍ୱାମୀ ଭେଙ୍କଟରମଣ ତାଙ୍କୁ ସର୍ବୋଚ୍ଚତମ ଜୀବନ ରକ୍ଷକ ପଦକରେ ସମ୍ମାନିତ କରିଥିଲୋ ବଲିଉଡରେ ଏହି କାହାଣୀକୁ ନେଇ ମିଶନ ରାଣୀଗଞ୍ଜ ନାମକ ଏକ ଚଳଚ୍ଚିତ୍ର କରଯାଇଛିା