ରାଜ୍ୟରେ ଇଞ୍ଜିନିୟର ପାଠର ଅତି ବିକଳ ଚିତ୍ର, ପାଠପଢି ବେକାର ବସିଛନ୍ତି ହଜାର ହଜାର ପିଲା

ରାଜ୍ୟରେ ବଢୁଛନ୍ତି ଇଞ୍ଜିନିୟର ବେକାରୀ: ପାଠ ପଢୁଛନ୍ତି, ହେଲେ ଚାକିରୀ ନାହିଁ

ଭୁବନେଶ୍ବର: ରାଜ୍ୟରେ ଇଞ୍ଜିନିୟର ପାଠର ଆଜି ଅତି ବିକଳ ଚିତ୍ର ଦର୍ଶାଇଛନ୍ତି ମନ୍ତ୍ରୀ । ଇଞ୍ଜିନିୟରିଂ ପାଠ ପଢି ଆଜି ହଜାର ହଜାର ପିଲା ବେକାର ବସିଛନ୍ତି । ୧୦ ବର୍ଷରେ ଇଞ୍ଜିନିୟରିଂ ପଢ଼ି ପାସ୍‌ କରିଛନ୍ତି ୩୪ ହଜାର ୪୭୧ ପିଲା । ହେଲେ ଚାକିରୀ ନାହିଁ । ସେଥି ମଧ୍ୟରୁ ମାତ୍ର ୧୫,୨୮୯ ପିଲା ଚାକିରି ପାଇଛନ୍ତି । ଆଉ ୧୯ ହଜାର ୧୮୨ ଜଣ ପିଲା ବେକାର ବସିଛନ୍ତି ।

ସେହିପରି ରାଜ୍ୟରେ ଡିପ୍ଲୋମା ପାଠର ବି ସ୍ଥିତି କିଛି ସମାନ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମାରେ ୫୪ ହଜାର ୧୮୯ ପିଲା ପାସ୍‌ କରିଛନ୍ତି । ହେଲେ ସେଥିମଧ୍ୟରୁ ମାତ୍ର ୨୦ ହଜାର ୯୬ ଜଣ ପିଲା ଚାକିରି ପାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ପିଲା ଏବେ ବି ଚାକିରୀ ଆଶାରେ ବେକାର । ବିଧାୟକ ପିତ୍ର ସାଉଁଟାଙ୍କ ପ୍ରଶ୍ନରେ ଆଜି ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ।