ପାଣିରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର, ସାଙ୍ଗମାନଙ୍କ ସହ ଯାଇଥିଲେ ଗାଧୋଇବାକୁ

ପାଣିରେ ବୁଡ଼ି ଭିସୁଟ୍ ଛାତ୍ର ମୃତ

ସମ୍ବଲପୁର: ଏକ ଅଘଟଣ ସୁନ୍ଦରଗଡ଼ରେ ଘଟିବା ପରେ ବର୍ତ୍ତମାନ ସମ୍ବଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଣିରେ ବୁଡ଼ି ଭିସୁଟ୍ ପ୍ରଥମ ବର୍ଷର ଛାତ୍ରଙ୍କର ମୃତ୍ୟୁ ଘଟିଛି।

ବୁର୍ଲା ପାୱାର ଚ୍ୟାନେଲ୍ ଅଠର ହଜାର ଅଞ୍ଚଳରେ ବୁଡ଼ିଯାଇଛନ୍ତି ଏହି ଛାତ୍ର। ସୂଚନାନୁଯାୟୀ, ସେ ନିଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ ଏବଂ ସେଠାରେ ତାଙ୍କର ଗୋଡ଼ ଖସିଯାଇଥିଲା ଏବଂ ସେ ଜଳସ୍ରୋତରେ ଭସିଯାଇଥିଲେ।

ମୃତକଙ୍କ ଘର ଢେଙ୍କାନାଳ ବୋଲି ଜଣାପଡିଥିବା ବେଳେ ସେ ଭିସୁଟ୍ ରେ ସିଭିଲ ଇଞ୍ଜିନିୟରିଂ ପଢୁଥିଲେ।

ସୁନ୍ଦରଗଡ଼ରେ ଆଜି ଭାରସାମ୍ୟ ହରାଇ ଓଲଟିପଡିଛି ବସ୍‌। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।