fbpx
BSKY SKY
BSKY SKY

ଟେଷ୍ଟ ସିରିଜ ଅଧାରୁ ଫେରିଯିବ ଇଂଲଣ୍ଡ ଟିମ୍: କାହିଁକି ଦଳ ନେଲା ଏଭଳି ନିଷ୍ପତ୍ତି?

BSKY

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ପ୍ରଥମ ଦୁଇଟି ଟେଷ୍ଟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ସିରିଜର ତୃତୀୟ ମ୍ୟାଚ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି । ସିରିଜର ଆହୁରି ୩ଟି ମ୍ୟାଚ ବାକି ରହିଥିବା ବେଳେ ଇଂଲଣ୍ଡ ଦଳ ଭାରତରୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛି । ଏ ନେଇ ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ସୂଚନା ଦେଇଛନ୍ତି । ଦଳର ଅଚାନକ ଏଭଳି ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ବିଶାଖାପାଟଣାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହାପରେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ତେବେ ଏହାପୂର୍ବରୁ ଇଂଲଣ୍ଡ ଦଳ ଭାରତରୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛି । ଇଂଲଣ୍ଡ ଦଳର ସମସ୍ତ ଖେଳାଳି ଭାରତରୁ ସିଧା ୟୁଏଇ ଗସ୍ତ କରିବ ବୋଲି କହିଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଭାରତର ଫେରି ୟୁଏଇରେ ଶେଷ ୩ଟି ଟେଷ୍ଟ ପାଇଁ ପ୍ରାକ୍ଟିସ କ୍ୟାମ୍ପ କରିବ ଇଂଲଣ୍ଡ ଟିମ୍ । ସେଠାରେ ପ୍ରାକ୍ଟିସ ସେଶନ ପରେ ଫେବୃଆରୀ ୧୨ କିମ୍ବା ୧୩ ତାରିଖରେ ପୁଣିଥରେ ଭାରତକୁ ଫେରିବ ବୋଲି ଷ୍ଟୋକ୍ସ ସୂଚନା ଦେଇଛନ୍ତି ।

ସୂଚନା ଥାଉ ଯେ, ଭାରତ ବିପକ୍ଷ ଏହି ଟେଷ୍ଟ ସିରିଜ ପୂର୍ବରୁ ମଧ୍ୟ ଇଂଲଣ୍ଡ ୟୁଏଇରେ ନିଜର ପ୍ରାକ୍ଟିସ କ୍ୟାମ୍ପ ପକାଇଥିଲା । ୟୁଏଇରେ ରହି ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରୁଥିଲେ ଦଳର ସମସ୍ତ ସଦସ୍ୟ । ବର୍ତ୍ତମାନ ତୃତୀୟ ଟେଷ୍ଟ ମ୍ୟାଚକୁ କିଛି ସମୟ ବାକି ଥିବାରୁ ଇଂଲଣ୍ଡ ଦଳ ୟୁଏଇକୁ ଫେରି ସେଠାରେ ଅଭ୍ୟାସ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.