fbpx
BSKY SKY
BSKY SKY

ବିିନା ଗ୍ୟାରେଣ୍ଟିରେ ମହିଳାଙ୍କୁ ମିଳିବ ୩ ଲକ୍ଷ ପର୍ଯ୍ୟନ୍ତ ଲୋନ୍, ଯୋଜନାରେ ସବିସିଡି ମଧ୍ୟ ଦେଉଛନ୍ତି ସରକାର

BSKY

ନୂଆଦିଲ୍ଲୀ: ସମାଜର ସମସ୍ତ ବିଭାଗ ପାଇଁ ଅନେକ ପ୍ରକାରର ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହାର ଉଦ୍ଦେଶ୍ୟ ହେଉଛି ଏହି ବିଭାଗକୁ ଦାରିଦ୍ର୍ୟରୁ ମୁକ୍ତି କରିବା କିମ୍ବା ବ୍ୟବସାୟରେ ସାହାଯ୍ୟ କରିବା ।

ମହିଳାମାନଙ୍କ ପାଇଁ ମଧ୍ୟ ଏପରି ଅନେକ ଯୋଜନା ଅଛି, ଯାହାର ସେମାନେ ଲାଭ ଉଠାଇ ପାରିବେ । ଏହିପରି ଏକ ଯୋଜନାର ନାମ ହେଉଛି ଉଦ୍ୟୋଗିନୀ ଯୋଜନା । ଏହି ଯୋଜନା ସେହି ମହିଳାମାନଙ୍କ ପାଇଁ ଯେଉଁମାନେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନା ଅଧୀନରେ ମହିଳାମାନେ କୌଣସି ସୁଧ ବିନା ଲୋନ୍ ପାଆନ୍ତି ।

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ :-
ଉଦ୍ୟୋଗିନୀ ଯୋଜନା ସେହି ସମସ୍ତ ମହିଳାଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଥାଏ , ଯେଉଁମାନେ ସରକାର ବ୍ୟବସାୟ ଖୋଲିବାକୁ ଲୋନ୍ ନେବାକୁ ଚାହୁଁଛନ୍ତି । ଏହି ଯୋଜନାରୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନିଆଯାଇପାରିବ । ୧୮ ରୁ ୫୫ ବର୍ଷ ବୟସର ମହିଳାମାନେ ଏହି ଯୋଜନାରୁ ଲୋନ୍ ନେଇପାରିବେ । ଏହି ଲୋନ୍ ପାଇଁ ସେମାନଙ୍କୁ କୌଣସି ପ୍ରକାରର ଗ୍ୟାରେଣ୍ଟି ଦେବାକୁ ପଡ଼ିବ ନାହିଁ । ଯଦିଓ ସୁଧମୁକ୍ତ ଲୋନ୍ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଦିଆଯାଏ, କିନ୍ତୁ ସମସ୍ତ ବ୍ୟାଙ୍କ ତାହା କରନ୍ତି ନାହିଁ ।

କିଏ ଏହାର ଫାଇଦା ନେଇପାରିବେ :-
ତଥାପି ଏହି ଯୋଜନାର ଲାଭ ପାଇବା ପାଇଁ କିଛି ସର୍ତ୍ତ ଅଛି । ମହିଳାଙ୍କ ପାରିବାରିକ ଆୟ ୧.୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ହେବା ଉଚିତ୍ । ବିଧବା ଏବଂ ଭିନ୍ନକ୍ଷମ ମହିଳାଙ୍କ ପାଇଁ କୌଣସି ଆୟ ସୀମା ନାହିଁ । ସେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଲୋନ୍ ପାଇଁ ଆପଣଙ୍କୁ କୌଣସି ପ୍ରକ୍ରିୟାକରଣ ଦେୟ ଦେବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଆଧାର କାର୍ଡ, ବିପିଏଲ୍ କାର୍ଡ, ଜାତି ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ୍ ପ୍ରଦାନ କରିବାକୁ ପଡିବ ।

ସବସିଡି ମିଳିବ :-
ଏବେ ସାଧାରଣତଃ ଏପରି ଘଟୁଛି ଯେ ଆପଣ ନେଇଥିବା ଲୋନଠାରୁ ଅଧିକ ପରିଶୋଧ କରିବାକୁ ପଡୁଛି । କିନ୍ତୁ ଏହି ଉଦ୍ୟୋଗିନୀ ଯୋଜନାରେ ତାହା ଘଟୁନାହିଁ । ଏଥିରେ ଆପଣଙ୍କୁ ସରକାରଙ୍କଠାରୁ ସବସିଡି ମଧ୍ୟ ଦିଆଯିବ । ସରକାର ଏଥିରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.