fbpx
BSKY
BJD YOUTH SKY
BJD MS SKY

ଦଳକୁ ଫେରିବେ କି ରାହୁଲ-ବିିରାଟ? ଟେଷ୍ଟ ସିରିଜର ଶେଷ ୩ ମ୍ୟାଚ ପାଇଁ ଦଳ ବାଛିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଶେଷ ହୋଇସାରିଛି । ତେବେ ଉଭୟ ମ୍ୟାଚରୁ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି । ବର୍ତ୍ତମାନ ତୃତୀୟ ଟେଷ୍ଟ ପୂର୍ବରୁ ଉଭୟ ଦଳ ପାଇଁ ଗୋଟିଏ ସପ୍ତାହ ବ୍ରେକ ରହିଛି । ଏହା ମଧ୍ୟରେ ଭାରତକୁ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରିବ । ତେବେ ଏହି ମ୍ୟାଚରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଟିମ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତା ।

ପ୍ରଥମେ ଏହି ସିରିଜର ପ୍ରଥମ ୨ଟି ଟେଷ୍ଟ ପାଇଁ ଦଳ ଘୋଷଣା ହୋଇଥିଲା, କିନ୍ତୁ ପୂର୍ବତନ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଦଳରୁ ନିଜ ନାମ ଫେରାଇ ନେଇଥିଲେ । ବର୍ତ୍ତମାନ ଶେଷ ୩ଟି ମ୍ୟାଚ ପାଇଁ ବିରାଟ କମବ୍ୟାକ କରିବେ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ସେପଟେ ପ୍ରଥମ ଟେଷ୍ଟରେ ଆହତ ହୋଇ ଷ୍ଟାର ବ୍ୟାଟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ବିସିସିଆଇର ତାଜା ଅପଡେଟ ଅନୁସାରେ ରାହୁଲ ତୃତୀୟ ଟେଷ୍ଟ ପୂର୍ବରୁ ଦଳକୁ କମବ୍ୟାକ କରିପାରନ୍ତି । ତେବେ ଏ ନେଇ ସ୍ପଷ୍ଟୀକରଣ ମଧ୍ୟ ମିଳିନାହିଁ । ସେହିପରି ଲଗାତାର ମ୍ୟାଚ ଖେଳୁଥିବାରୁ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ଦ୍ୱିତୀୟ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା ।

ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଭାରତ କେଉଁ ଖେଳାଳିଙ୍କୁ ସୁଯୋଗ ଦେବ ସେ ନେଇ ରୋହିତ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଛି । ଦ୍ୱିତୀୟ ମ୍ୟାଚ ସରିବା ପରେ ଉଭୟ ପଡ଼ିଆରେ ଆଗାମୀ ପ୍ଲାନ ବିଷୟରେ ଆଲୋଚନା କରୁଥିବାର ଦେଖାଯାଇଛି ।

ଲଗାତାର ସୁଯୋଗ ମିଳୁଥିଲେ ମଧ୍ୟ ଦୁର୍ବଳ ପ୍ରଦର୍ଶନ ଜାରି ରଖିଛନ୍ତି ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ତେଣୁ ଶେଷ ୩ଟି ମ୍ୟାଚ ପାଇଁ ତାଙ୍କୁ ଦଳରୁ ବାଦ୍ ଦେଇପାରେ ବିସିସିଆଇ । ତାଙ୍କ ସ୍ଥାନରେ ପୁଣିଥରେ ଦଳରେ ଚେତେଶ୍ୱର ପୂଜାରାଙ୍କୁ ସୁଯୋଗ ମିଳିପାରେ । ରଣଜୀ ମ୍ୟାଚରେ ବିସ୍ପୋରକ ଦ୍ୱିଶତକ ହାସଲ କରି ପୂଜାରା ଟିମ ଇଣ୍ଡିଆକୁ ଫେରିବା ପାଇଁ ବାଟ ଖୋଲି ଦେଇଛନ୍ତି । ତେଣୁ ବୋର୍ଡ ତାଙ୍କ କମବ୍ୟାକକୁ ନେଇ ଚିନ୍ତା କରିପାରେ ।

Get real time updates directly on you device, subscribe now.