fbpx

ଅକାୟ ମନାଇଲେ ଭଉଣୀ ଭାମିକାଙ୍କ ସହ ପ୍ରଥମ ରକ୍ଷାବନ୍ଧନ, ଅଭିନେତ୍ରୀ ଅନୁଷ୍କା ସେୟାର କଲେ ପ୍ରେମର ଝଲକ, ସୁନ୍ଦର ରକ୍ଷୀ ସାଙ୍ଗକୁ ଭାଇରାଲ ହେଉଛି ପୋଷ୍ଟ

ଓଡିଶା ଭାସ୍କର: ରକ୍ଷାବନ୍ଧନ ପର୍ବରେ ବଲିଉଡଠୁ କ୍ରିକେଟ ଜଗତ ସମସ୍ତେ ପ୍ରେମର ଆଦାନ ପ୍ରଦାନ କରିଛନ୍ତି । ସେଲିବ୍ରିଟିମାନେ ନିଜ ଭାଇ-ଭଉଣୀଙ୍କ ସହ ଏହି ପର୍ବକୁ ଆହୁରି ସୁନ୍ଦର କରିଛନ୍ତି । ଏହିକ୍ରମରେ କ୍ରିକେଟ କିଙ୍ଗ ବିରାଟଙ୍କ ପୁଅ ଅକାୟ ନିଜ ଭଉଣୀ ଭାମିକା ସହ ତାଙ୍କର ପ୍ରଥମ ରକ୍ଷାବନ୍ଧନ ପାଳନ କରିଛନ୍ତି । ଯଦିଓ ସେ ବହୁତ ଛୋଟ ଅଛନ୍ତି । ଚାଲିବା ଜାଣି ନାହାନ୍ତି । ମାତ୍ର ସେମାନଙ୍କ ଭାଇ-ଭଉଣୀର ପ୍ରେମର ପରିଭାଷାର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଛି ।

ବଲିଉଡ ଅଭିନେତ୍ରୀ ତଥା କିଙ୍ଗ କୋହଲିଙ୍କ କ୍ୱିନ ଅନୁଷ୍କା ଶର୍ମା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେମାନଙ୍କ ସ୍ନେହ ଓ ପ୍ରେମର ଏକ ସୁନ୍ଦର ଝଲକ ସେୟାର କରିିଛନ୍ତି । ଅନୁଷ୍କା ସେୟାର କରିଥିବା ଫଟୋରେ ୨ ଟି ରାକ୍ଷୀ ସେୟାର କରିଛନ୍ତି, ଯାହା ଉନରେ ତିଆପି ହୋଇଛି । ଏହି ରାକ୍ଷୀକୁ କାରର ଡିଜାଇନ ଦିଆଯାଇଛି । କଳା ଓ ଧଳା ରଙ୍ଗର ଦୁଇଟି ରାକ୍ଷୀ ଅକାୟ-ଭାମିକାଙ୍କ ସ୍ନେହ, ପ୍ରେମ ତଥା ଭାଇ-ଭଉଣୀର ନିବିଡ ବନ୍ଧନକୁ ପ୍ରଦର୍ଶିତ କରୁଛି ।

କହିରଖୁ, ଅଭିନେତ୍ରୀ ଅନୁଷ୍କା ଶର୍ମା ଏଯାଏଁ ନିଜ ସନ୍ତାନଙ୍କ ମୁହଁକୁ ସାର୍ବଜନୀନ କରି ନାହାନ୍ତି । ମାତ୍ର ଫଟୋରେ ଉଭୟ ଭାଇ-ଭଉଣୀଙ୍କ ସୁନ୍ଦର ହାତ ଦେଖିବାକୁ ମିଳୁଛି । ଯାହା ବିରାଟ ଫ୍ୟାନ୍ସଙ୍କୁ ଘାଇଲା କରିବା ପାଇଁ ଯଥେଷ୍ଟ ମଧ୍ୟ ।

Get real time updates directly on you device, subscribe now.