fbpx

(video): ଦଶମ ପାସ କରିଛନ୍ତି, ୨୬ ହଜାର କୋଟିର ମାଲିକ, ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ବାୟା ଏ ବୟ…

 

ଓଡିଶା ଭାସ୍କର: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଜ ନୂଆ ଜୀବନ ଆରମ୍ଭ କରି ସାରିଛନ୍ତି । ମାତ୍ର ଦଶମ ପାସ କରିଥିବା ଜଣେ ହ୍ୟାଣ୍ଡସମଙ୍କୁ ଡେଟ କରୁଛନ୍ତି  ଏହି ହଟ ଆଣ୍ଡ ବୋଲ୍ଡ ଗର୍ଲ । ମାତ୍ର ତାଙ୍କ ବୟଫ୍ରେଣ୍ଡଙ୍କ ପାଖରେ ରହିଛି ୨୬ ହଜାର କୋଟିର ଅଚଳାଚଳ ସମ୍ପତ୍ତି । ବିଲିନିୟର ନିଖୁଳ କାମଥଙ୍କୁ ନେଇ ତାଙ୍କ ନାମ ଯୋଡା ଯାଉଥିବା କୁହାଯାଉଛି । ନିକଟରେ ନିଖିଳ ଓ ରିୟା ଏକାସାଙ୍ଗେ ବାଇକରେ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ପରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରିୟାଙ୍କ ହ୍ୟାଣ୍ଡସମ ହଙ୍ଗ କ’ଣ କରନ୍ତି ! କେମିତି ସେ ଏତେ ଟଙ୍କାର ମାଲିକ, ଜାଣିବା ଏହି ଉପସ୍ଥାପନାରେ…

ନିଖିଳ କାମଥଙ୍କ ଜନ୍ମ କର୍ଣ୍ଣାଟକର ଶିମୋଗାରେ ୫ ସେପ୍ଟେମ୍ବର ୧୯୮୬ ମସିହାରେ ହୋଇଥିଲା । ନିଖିଳ ଏକ ଭଲ ପରିବାରରୁ ଆସୁଥିଲେ ବି ନିଜର ପାଠପଢାକୁ ପୂର୍ଣ୍ଣ କରି ପାରି ନ ଥିଲେ । ମାତ୍ର ଦଶମ ପଢି ସେ ବିଦ୍ୟାଳୟ ପରିତ୍ୟାଗ କରିଥିଲେ । ସେ ୧୪ ବର୍ଷ ବୟସରେ ମୋବାଇଲ ବିକିବା ଆରମ୍ଭ କରି ଦେଇଥିଲେ । ଏହାବାଦ ମାତ୍ର ୧୭ ବର୍ଷ ବୟସରେ କଲ ସେଣ୍ଟରରେ କାମ କରି ମାସକୁ ୮ ହଜାର ଟଙ୍କା ରୋଜଗାର କରୁଥିଲେ ନିଖିଳ ।

 

View this post on Instagram

 

A post shared by Nikhil Kamath (@nikhilkamathcio)

ପରବର୍ତ୍ତୀ ସମୟରେ ବିଲିନିୟର ନିଖିଳ କାମଥ ସେୟାର ମାର୍କେଟରେ ନିବେଶ କରିବା କାମ କଲେ । ଏହି ସ୍ଥାନରୁ ହିଁ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ୧୦ ପାସ ନିଖିଳ ସାଜିଥିଲେ ବିଲିନିୟର ନିଖିଳ । ଆତ୍ମବିଶ୍ୱାସ ସହ ସେ ସେୟାର ମାର୍କେଟରେ ଟ୍ରେଣ୍ଡିଂ କରିବା ଆରମ୍ଭ କଲେ ଓ ସଫଳତା ମଧ୍ୟ ପାଇଲେ । ପରବର୍ତ୍ତୀ ସମୟରେ ସେ ନିଜ ମ୍ୟାନେଜରଙ୍କୁ ମଧ୍ୟ ଏଥିରେ ନିବେଶ କରିବା ପାଇଁ ମନାଇ ନେଇଥିଲେ ଓ ଉଭୟେ ଏବେ ମିଶିକି କାମ କରୁଛନ୍ତି ।

ନିଖିଳ କାମଥଙ୍କ ଗଣନା ଇଣ୍ଡିଆନ ସେୟାର ମାର୍କେଟର ଖ୍ୟାତସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ସହ ହୋଇଥାଏ । ନିଖିଳ ଷ୍ଟକ-ବ୍ରେକିଂ କମ୍ପାନୀ ‘ଜିରୋଧା’ ର କୋ-ଫାଉଣ୍ଡର ଅଟନ୍ତି । ଏହାର ଆରମ୍ଭ ୨୦୧୦ ମସିହାରେ କରିଥିଲେ ନିଖିଳ । ୩୭ ବର୍ଷୀୟ ନିଖିଳ ସେୟାର ମାର୍କେଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏବେ ସେ ଏହି କାମ ଜାରି ରଖିଛନ୍ତି । ବିଲିନିୟର ନିଖିଳ ୩ ଥର ଫୋବର୍ସର ସେଲ୍ପ ମେଡ ବିଲିନିୟର ତାଲିକାରେ ସ୍ଥାନ ପାଇଛନ୍ତି । ଫୋବର୍ସର ଏକ ରିପୋର୍ଟ ଅନୁସାରେ, ନିଖିଳ କାମଥଙ୍କ ମୋଟ ନେଟୱର୍ଥ ହେଉଛି ପ୍ରାୟ ୨୬ ହଜାର କୋଟି ।

Get real time updates directly on you device, subscribe now.