fbpx

(video): କ୍ୟାଟ୍ରିନା ଦେଇଥିଲେ ଭିକିଙ୍କୁ ବାହା ନ ହେବା ଧମକି, ଦିନେ ଅଭିନେତ୍ରୀ ଭିକିଙ୍କୁ ରାଗିଥିଲେ , ଜାଣନ୍ତୁ ଏହି ଘଟଣା…

ଓଡିଶା ଭାସ୍କର: ଅଭିନେତା ଭିକି କୌଶଲ ଓ ସୁନ୍ଦରୀ କ୍ୟାଟ୍ରିନା ବଲିଉଡର ଲୋକପ୍ରିୟ ଯୋଡି ମଧ୍ୟରେ ଅନ୍ୟତମ । ବିବାହ ନ ହେବା ପର୍ଯ୍ୟନ୍ତ ଏହି ପ୍ରେମ ଯୋଡି ସେମାନଙ୍କୁ ସାର୍ବଜନୀନ କରି ନଥିଲେ । ସେମାନଙ୍କ ଡିନର ଡେଟର ଗୋଟିଏ ବି ଫଟୋ ସାମ୍ନାକୁ ଆସି ନଥିଲା । କିନ୍ତୁ, ଉଭୟଙ୍କ ମଧ୍ୟରେ ସ୍ୱତନ୍ତ୍ର ବନ୍ଧନ ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ସମୟରେ ଏହି କପଲ ଖୁସିରେ ସେମାନଙ୍କ ଜୀବନଯାତ୍ରାରେ ଆଗକୁ ବଢୁଛନ୍ତି ମଧ୍ୟ । ହେଲେ ଦିନେ ସେକ୍ସି ଅଭିନେତ୍ରୀ କ୍ୟାଟ୍ରିନା କୈଫ ଅଭିନେତା ଭିକି କୌଶଲଙ୍କୁ ବାହା ନ ହେବାର ଧମକି ବା ଚେତାବନୀ ଦେଇଥିଲେ । ଯାହାର ଖୁଲାସା କରିଛନ୍ତି କ୍ୟାଟଙ୍କ ପତି …

 

View this post on Instagram

 

A post shared by Vicky Kaushal (@vickykaushal09)

ଘଟଣାଟି ଥିଲା ଏହିଭଳି । ଏକ ସାକ୍ଷାତକାରରେ ଭିକି କୌଶଲ କହିଛନ୍ତି ଯେ, ସେ ବିବାହ ପୂର୍ବରୁ ନିଜର ସିନେମା ‘ଜରା ହଟକେ ଜରା ବଚକେ’ର ଅଧା ସୁଟିଂ ଶେଷ କରିଥିଲେ । ତାଙ୍କୁ ବିବାହର ଦୁଇ ଦିନ ମଧ୍ୟରେ ହିଁ ନିଜର କର୍ମ କ୍ଷେତ୍ରକୁ ଫେରିବାର ଥିଲା । ମାତ୍ର ଯେତେବେଳେ କ୍ୟାଟ ଏହି କଥା ଜାଣିଥିଲେ ସେ ଭିକିଙ୍କୁ ଅତ୍ୟଧିକ ରାଗରେ ବିବାହ ନ କରିବାର ଚେତାବନୀ ଦେଇ ଦେଇଥିଲେ । ଭିକି, ଅଭିନେତ୍ରୀ କ୍ୟାଟ୍ରିନା କ୍ୟାଫଙ୍କୁ ବାହା ହେବା ପାଇଁ ସିନେମାରୁ ଦୁଇ ଦିନିଆ ଛୁଟି ନେଇଥିଲେ । ମାତ୍ର ସେହିସମୟରେ କ୍ୟାଟ ତାଙ୍କୁ କହିଥିଲେ ଯେ, ଯଦି ସିନେମାର ସୁଟିଂ କରିବାର ଅଛି; ତେବେ କ୍ୟାଟଙ୍କୁ ଭିକି ବାହା ନ ହୁଅନ୍ତୁ ।

କହିରଖୁ, ଭିକି ଓ କ୍ୟାଟ ୨୦୨୧ ମସିହାରେ ପରସ୍ପରକୁ ବାହା ହୋଇଥିଲେ । ସେହିସମୟରେ ଏହି ଦମ୍ପତିଙ୍କ ବାହାଘର ବେଶ୍ ଚର୍ଚ୍ଚା ସାଉଁଟିଥିଲା । ନିକଟରେ ଅଭିନେତା ଭିକି କୌଶଲଙ୍କ ସିନେମା ‘ବେଡ ନ୍ୟୁଜ’ ରିଲିଜ ହୋଇଛି । ଏଥିରେ ଥିବା ତାଙ୍କର ‘ତୌବା ତୌବା’ ଡ୍ୟାନ୍ସକୁ ଦର୍ଶକେ ବହୁଳମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି ।

ଏହାବାଦ ଅଭିନେତା ଭିକି କୌଶଲ ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ସିନେମା ‘ଛାୱା’ ସିନେମାରେ ମଧ୍ୟ ନଜର ଆସିବେ । ଯାହାର ୧ ମିନିଟ ୧୨ ସେକେଣ୍ଡେର ଟିଜର ମଧ୍ୟ ରିଲିଜ ହୋଇ ସାରିଛି । ଏହି ସିନେମା ସଫଳତାର ନୂଆ ଅଧ୍ୟାୟ ଲେଖିବ ବୋଲି ସିନେପ୍ରେମୀ ଆଶା ରଖିଛନ୍ତି । ଆସନ୍ତା ଡିସେମ୍ବର ୨୦ ତାରିଖରେ ଭିକିଙ୍କ ଏହି ସିନେମା ହଲକୁ ଆସି ଦର୍ଶକଙ୍କ ହୃଦୟ ଜିତିବ ।

 

View this post on Instagram

 

A post shared by Vicky Kaushal (@vickykaushal09)

Get real time updates directly on you device, subscribe now.