fbpx

ଦେଖେଇ ହେବା ଚକ୍କରରେ ଘୋଡାରୁ ପଡିଥିଲେ ସାରା ଅଲ୍ଲି ଖାନଙ୍କ ମା’, ଅମୃତା ସିଂ ଥିଲେ ଏମିତି…

 

ଓଡିଶା ଭାସ୍କର: ଅଭିନେତ୍ରୀ ଅମୃତା ସିଂ ଯଦିବା ଅଭିନୟ ଦୁନିଆରୁ ଦୂରରେ ଅଛନ୍ତି, ତଥାପି ସେ ବଲିଉଡରେ ସର୍ବଦା ଚର୍ଚ୍ଚାରେ ରହି ଥାଆନ୍ତି । ଏମିତି ଏକ ଚର୍ଚ୍ଚାର ଖୁଲାସା କରିଛନ୍ତି ନିଜେ ସାରାଙ୍କ ମା’ ଅମୃତା ସିଂ । ଆଲିଆ ଭଟ୍ଟ ଓ ଅର୍ଜୁନ କପୂରଙ୍କ ସହ ନିଜର ସିନେମା ‘ଟୁ ଷ୍ଟେଟସ’ ର ପ୍ରମୋସନ ସମୟରେ ସେ ଏହା କପିଳ ଶର୍ମାଙ୍କ ଶୋ’ରେ କହିଛନ୍ତି ।

ଅମୃତାଙ୍କୁ ଶୋ’ରେ କପିଳ ତାଙ୍କର ଘୋଡା ଚଢିବାକୁ ନେଇ ପ୍ରଶ୍ନ କରିଥିଲେ । ପ୍ରତ୍ୟୁତ୍ତରରେ ଅମୃତା କହିଥିଲେ ଯେ, ସେହି ସମୟରେ ସେ ନିଜର ଦ୍ୱିତୀୟ ସିନେମା ପାଇଁ ବ୍ୟସ୍ତ ଥିଲେ । ତାଙ୍କୁ ଘୋଡା ଚଲାଇବା ଦୃଶ୍ୟର ସୁଟିଂ କରିବାର ଥିଲା । ସେହିସମୟରେ ବହୁତ କମ୍ ଅଭିନେତ୍ରୀ ଥିଲେ ଯିଏ ଘୋଡା ଚଲାଇବାକୁ ଯାଉଥିଲେ । ହର୍ସ ରାଇଟ ପାଇଁ ଅମୃତା ବେଶ୍ ଖୁସି ଥିଲେ ବୋଲି ବି ଜଣାଇଛନ୍ତି । ତାଙ୍କୁ ଦେଖି ଲୋକେ କହୁଥିଲେ ଯେ ହିରୋଇନ ଘୋଡା ଚଲାଉଛି । ଏହି ପ୍ରଶଂସାରେ ଅତ୍ୟଧିକ ଖୁସି ହୋଇ ଉଠୁଥିଲେ ଅମୃତା । ଫଳରେ ଲୋକଙ୍କ କଥାରେ ସେ ଅତ୍ୟଧିକ ଗର୍ବ କରି ଶୋ’ଅପ କରିବାକୁ ଚେଷ୍ଟା କରିଥିଲେ । ସେ ଲୋକଙ୍କ ଆଡକୁ ଦେଖି ହର୍ସ ରାଇଟ କଲେ । ଯାହାଫଳରେ ଭାରସାମ୍ୟ ହରାଇ ତଳେ ପଡି ବେଇଜ୍ଜତିର ମଧ୍ୟ ସାମ୍ନା କରିଲେ । ସେହିସମୟରେ ତାଙ୍କ ଇଜ୍ଜତ ମାଟିରେ ମିଶି ଯାଇଥିଲା ।

 

ଅମୃତା ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ନିଜଠୁ ବହୁ ବର୍ଷ ଛୋଟ ସୈଫ ଅଲି ଖାନଙ୍କୁ ସେ ବାହାହୋଇଥିଲେ । ବିବାହ ପରେ ତାଙ୍କର ଦୁଇ ସନ୍ତାନ ସାରା ଅଲି ଖାନ ଓ ଇବ୍ରାହିମ ଅଲି ଖାନଙ୍କ ପିତାମାତା ହୋଇଥିଲେ । କିନ୍ତୁ, ସୈଫଙ୍କ ସହ ତାଙ୍କର ତଲାକ ହୋଇ ସାରିଛି । ବିଚ୍ଛେଦ ପରେ ସାରା ଓ ଇବ୍ରାହିମ ପ୍ରାୟ ସମୟରେ ତାଙ୍କ ମା’ ଅମୃତାଙ୍କ ସହ ରୁହନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ପୋଷ୍ଟ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.