fbpx

(Video): ମସ୍ତିଷ୍କାଘାତରେ ପୀଡିତା ହେବେ ‘KBC-16’ ବିଜେତା, ଦେଇସାରିଛନ୍ତି ୧୪ ଟି ପ୍ରଶ୍ନର ଉତ୍ତର, ୧୫ ତମ ପ୍ରଶ୍ନର ଉତ୍ତର ଦେଇ ରଚିବେ ଇତିହାସ

ଓଡିଶା ଭାସ୍କର: ବଲିଉଡ ‘ବିଗ- ବି’ ମହାନାୟକ ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ ହେଉଥିବା ଶୋ’ ‘କୌନ ବନେଗା କରୋଡପତି’ର ପ୍ରତିଟି ସିଜନ ବେଶ୍ ଚର୍ଚ୍ଚାରେ ଥାଏ । ସାଧାରଣଜ୍ଞାନ ଭିତ୍ତିକ ଏହି ଶୋ’ ର ଶୁଭାରମ୍ଭ ହୋଇ ସାରିଛି ଗତ ୧୪ ତାରିଖରୁ । ଏହା ଭାରତର ସବୁଠୁ ଲୋକପ୍ରିୟ ଟିଭି ଗେମ ଶୋ’ ଭାବନରେ ଖ୍ୟାତ । ବର୍ଷ ୨୦୦୦ ରେ ଏହି ଶୋ’ ର ଆରମ୍ଭ କରାଯାଇଥିଲା ।

ତେବେ ଇତିମଧ୍ୟରେ ‘କେବିସି ୧୬’ (KBC-16) ର ଆରମ୍ଭ ହୋଇ ଗୋଟିଏ ସପ୍ତାହରୁ ଅଧିକ ସମୟ ବିତି ସାରିଛି । ଏହି ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀ ଏବେ ଯାଏଁ ଲକ୍ଷ ଲକ୍ଷ ଟଙ୍କା ନେଇ ଘରକୁ ଫେରିଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ସିଜନରେ ଅମିତାଭ ବଚ୍ଚନଙ୍କୁ କରୋଡପତି ମିଳି ନାହାନ୍ତି । ହେଲେ ଖୁବଶୀଘ୍ର ତାଙ୍କୁ ସିଜନ-୧୬ ର କରୋଡପତି ମିଳିଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି । କାରଣ ଅମିତାଭଙ୍କ ସାମ୍ନାରେ ଏମିତି ଜଣେ ପ୍ରତିଯୋଗୀ ଶୋ’ ରେ ଏବେ ବସିଛନ୍ତି ଯିଏ ରାଜସ୍ଥାନର ଯୋଧପୁରରୁ ଆସିଛନ୍ତି । ହଟ ସିଟରେ ବସିଥିବା ଏହି ବିଜ୍ଞ ମହିଳା ଜଣକଙ୍କ ନାମ ହେଉଛି ନରେଶୀ ମୀନା । ସେ ଏବେ ଯାଏଁ ପ୍ରାୟ ୧୪ ଟି ପ୍ରଶ୍ନର ଉତ୍ତର ଦେଇ ସାରିଛନ୍ତି । ଯଦି ଆଉ ଗୋଟିଏ ପ୍ରଶ୍ନର ସେ ସଠିକ ଉତ୍ତର ଦେଇ ଦିଅନ୍ତି, ତେବେ ତାଙ୍କୁ ‘ସିଜନ- ୧୬’ ର କରୋଡପତି ମୁକୁଟ ମିଳିଯିବ ।

ପ୍ରକାଶଥାଉ ଯେ, ନରେଶୀ ମସ୍ତିଷ୍କଘାତରେ ପୀଡିତ । ସେ ଯଦି କରୋଡପତି ବନନ୍ତି, ତେବେ ସେହି ଟଙ୍କାରେ ତାଙ୍କର ଏହି ରୋଗର ଚିକିତ୍ସା କରିବେ । ତେବେ ଆସନ୍ତାକାଲି ନରେଶୀଙ୍କୁ ଏହି କରୋଡପତି ବା କୋଟିପତି ହେବା ପାଇଁ ‘ବିଗ –ବି’ ୧୫ ତମ ପ୍ରଶ୍ନ ପଚାରିବେ । ଆଉ ଯଦି ନରେଶୀ ଏହି ପ୍ରଶ୍ନର ସଠିକ ଉତ୍ତର ଦିଅନ୍ତି ତେବେ ତାଙ୍କର ବିଜୟ ବିଗୁଲ ବାଜିବ ଓ ସେ ସିଜନ-୧୬ ର ପ୍ରାରମ୍ଭରେ ହିଁ କରୋଡପତି ହେବେ ‘କୌନ ବନେଗା କରୋଡପତି’ରେ ।

Get real time updates directly on you device, subscribe now.