fbpx

ଘରେ ଝିଅ ଥିଲେ ମୋଦୀ ସରକାର ମାସକୁ ଦେବେ ୨ ହଜାର ଟଙ୍କା: ଜାଣନ୍ତୁ କଣ ରହିଛି ଭାଇରାଲ ଖବର ପଛର ସତ୍ୟତା

ନୂଆଦିଲ୍ଳୀ: ଘରେ ଝିଅ ଥିଲେ ମାସକୁ ମିଳିବ ୨ ହଜାର ଟଙ୍କା । ମୋଦୀ ସରକାରଙ୍କ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବା ନେଇ ଖବର ପ୍ରକାଶ ପାଇଥିଲା । ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ବେଶ ଭାଇରାଲ ହୋଇଥିଲା । ଏହି ଖବର ଭାଇରାଲ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଚେକ୍ କରାଯାଇଥିଲା । ପିଆଇବି ପକ୍ଷରୁ ଫ୍ୟାକ୍ଟଚେକ୍ କରାଯାଇ ଏହି ଖବରର ସତ୍ୟତା ପ୍ରକାଶ ପାଇଥିଲା ।

ପିଆଇବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦାବିରେ କିଛି ସତ୍ୟତା ନାହିଁ । ପିଆଇବି ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ଖବର ସମ୍ପର୍କରେ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି କୌଣସି ଯୋଜନା ପ୍ରସ୍ତୁତ କରାଯାଇନଥିବା ଟ୍ୱିଟରେ କୁହାଯାଇଛି । ଏମିତି କୌଣସି ମେସେଜ ଆପଣଙ୍କ ନିକଟକୁ ଆସିଲେ ଏହାକୁ ଫରୱାର୍ଡ ନକରିବା ପାଇଁ ଟ୍ୱିଟରେ କୁହାଯାଇଛି । ଏପରି କିଛି ମେସେଜକୁ ଦେଖି ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.