fbpx

EPFO ସଦସ୍ୟଙ୍କ ପାଇଁ ଖୁସି ଖବର, ପେନସନକୁ ନେଇ ସରକାର ପରିବର୍ତ୍ତନ କଲେ ଏହି ବଡ଼ ନିୟମ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ କର୍ମଚାରୀ ପେନସନ ଯୋଜନା, ୧୯୯୫ରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ୬ ମାସରୁ କମ କଣ୍ଟ୍ରିବୁସନ କରୁଥିବା ସଦସ୍ୟ ମଧ୍ୟ ଟଙ୍କା ବାହାର କରିପାରିବେ । ଏହି ପରିବର୍ତ୍ତନରେ ଇପିଏସର ଲକ୍ଷ ଲକ୍ଷ କର୍ମଚାରୀମାନେ ଲାଭ ଉଠାଇପାରିବେ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଇପିଏସ ସଦସ୍ୟ ପେନସନ ପାଇଁ ଆବଶ୍ୟକ ୧୦ ବର୍ଷୀୟ କଣ୍ଟ୍ରିବୁଟୋରୀ ସର୍ଭିସକୁ ଛାଡିଦେଉଛନ୍ତି । ଏଥିରେ ୬ ମାସ ମଧ୍ୟରେ ଏହି ଯୋଜନାକୁ ଛାଡୁଥିବା ସଦସ୍ୟଙ୍କ ସଂଖ୍ୟା ଅଧିକ ଅଟେ ।

ଇପିଏସ ଅନୁଯାୟୀ, ଯେଉଁ ଲୋକେ ୧୦ ବର୍ଷ ପୂର୍ବରୁ ଯୋଜନାକୁ ଛାଡିଦେଇଛନ୍ତି, ସେମାନଙ୍କୁ ୱିଥଡ୍ରୟାଲର ସୁବିଧା ମିଳୁଥିଲା । ହେଲେ ୬ ମାସ ପୂର୍ବରୁ ଏହି ଯୋଜନାକୁ ଛାଡିଥିବା ଲୋକଙ୍କୁ ନିଜ କଣ୍ଟ୍ରିବୁସନରେ ୱିଥଡ୍ରୟାଲର ସୁବିଧା ଦିଆଯାଉନଥିଲା । ବର୍ତ୍ତମାନ ଏହି ନିୟମକୁ ପରିବର୍ତ୍ତନ କରି ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି । ନୂଆ ସଂଶୋଧନରେ ପ୍ରତି ବର୍ଷ ୭ ଲକ୍ଷରୁ ଅଧିକ ଇପିଏସ ସଦସ୍ୟଙ୍କୁ ଲାଭ ମିଳିବ । ଯେଉଁମାନେ ୬ ମାସରୁ କମ ସହଯୋଗୀ ସେବା ପରେ ବି ଏହି ଯୋଜନା ଛାଡିଦେଉଥିଲେ, ସେମାନଙ୍କୁ ବି ଲାଭ ମିଳିବ ।

ଯୋଜନାକୁ ଆହୁରି ଉତ୍ତମ କରିବା ପାଇଁ ସରକାର ଇପିଏସ ବିବରଣୀରେ ସଂଶୋଧନ କରିଛନ୍ତି । ବର୍ତ୍ତମାନ ଠାରୁ ୱିଥଡ୍ରୟାଲର ବେନିଫିଟ ଏହି କଥା ଉପରେ ନିର୍ଭର କରିବ ଯେ, ସଦସ୍ୟ କେତେ ମାସ ପର୍ଯ୍ୟନ୍ତ ସର୍ଭିସ କରିଛନ୍ତି ଏବଂ ପେନସନରେ କେତେ ଇପିଏସର ଯୋଗଦାନ କରାଯାଉଛି । ଏହି ନିୟମରେ ୱିଥଡ୍ରୟାଲ କରିବାରେ ସହଜ ହେବ । ଏହି ପରିବର୍ତ୍ତନରେ ୨୩ ଲକ୍ଷରୁ ଅଧିକ ଇପିଏସ ସଦସ୍ୟଙ୍କୁ ଲାଭ ମିଳିବ ।

Get real time updates directly on you device, subscribe now.