fbpx

EPFO: PF ଆକାଉଣ୍ଟକୁ ଆସିଲା ଟଙ୍କା, ଆଡଭାନ୍ସ ଚାହୁଁଥିଲେ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଇପିଏଫଓ ପକ୍ଷରୁ ପ୍ରୋଭିଭେଣ୍ଟ୍ ଫଣ୍ଡ(ପିଏଫ୍) ସୁଧ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଉଛି । ଯଦି ଆପଣ ମଧ୍ୟ ଦୀପାବଳୀ ପୂର୍ବରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କହୁଛଉ ଯେ, ଆପର କିପରି ବା କେଉଁ ଉପାୟରେ ଅଗ୍ରୀମ ପିଏଫ୍ ଟଙ୍କା ବାହାର କରିପାରିବେ । ଏବେ ଆପଣ ଇପିଏଫ୍ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । କୌଣସି ପ୍ରକାର ମେଡିକାଲ୍ ଏମର୍ଜେନ୍ସିରେ ଟଙ୍କା ଉଠାଇ ପାରିବେ ।

ପୂର୍ବରୁ ବି ଏହି ମେଡିକାଲ ଏମର୍ଜେନ୍ସିରେ ଟଙ୍କା ଉଠାଇବାର ସୁବିଧା ଥିଲା କିନ୍ତୁ ଏଥିପାଇଁ ମେଡିକାଲର ବିଲ୍ ଜମା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ଅଣାଯାଇଛି । ନୁତନ ମେଡିକାଲ୍ ଆଡଭାନ୍ସ ସର୍ଭିସ୍ ଅଣାଯାଇଛି । ଏଥିରେ ଆପଣଙ୍କୁ ଆଉ ମେଡିକାଲ୍ ବିଲ୍ ଜମା କରିବାକୁ ପଡ଼ିବ ନାହିଁ । ଆପଣଙ୍କୁ କେବଳ ଆବେଦନ କରିବାକୁ ପଡ଼ିବ ଓ ୩ ଦିନ ବଦଳରେ ମାତ୍ର ୧ ଘଣ୍ଟା ଭିତରେ ଟଙ୍କା ଆପଣଙ୍କ ଖାତାକୁ ଟ୍ରାନ୍ସଫର୍ ହୋଇଯିବ ।

କିପରି ବାହାର କରିବେ ପିଏଫ୍ ଟଙ୍କା:

୧. ଏଥିପାଇଁ ପ୍ରଥମେ ଆପଣଙ୍କୁ epfindia.gov.in  ୱେବସାଇଟ୍ କୁ ଯିବାକୁ ହେବ । ପେଜ୍ ର ଡାହାଣ ପଟ କୋଣରେ ଅନଲାଇନ୍ ଆଡଭାନ୍ସ କ୍ଲେମ୍ ଉପରେ କ୍ଲିକ୍ କରିବାକୁ ହେବ ।

୨. ଏହାପରେ unifiedportalmem.epfindia.gov.in/memberinterface କୁ ଯିବାକୁ ହେବ । ଏଠାକୁ ଯାଇ ଅନଲାଇନ୍ ସର୍ଭିସେସ୍ କୁ ଯାଇ କ୍ଲେମ୍ ଫର୍ମ ୩୧,୧୯,୧୦ ସି ୧୦ଡି କୁ ଭରିବାକୁ ପଡ଼ିବ ।

୩. ଆପଣଙ୍କ ବ୍ୟାଙ୍କ ଖାତାର ଶେଷ ୪ଟି ନମ୍ବରକୁ ଦେଇ ଯାଞ୍ଚ କରନ୍ତୁ ।

୪. ଏହାପରେ Proceed for Online Claim ରେ କ୍ଲିକ୍ କରନ୍ତୁ । ଡ୍ରପ୍ ଡାଉନ୍ ରୁ ପିଏଫ୍ ଆଡଭାନ୍ସକୁ ଚୟନ କରିଦିଅନ୍ତୁ ।

୫. ଚୟନ କରିବା ପରେ ଟଙ୍କା ଉଠାଇବାର କାରଣ କଣ ତାହା ଦିଅନ୍ତୁ । କେତେ ଟଙ୍କା କାଢ଼ିବାକୁ ଚାହୁଁଛନ୍ତି ତାହା ଦେଇ ସ୍କିମ୍ କପିକୁ ଅପଲୋଡ୍ କରନ୍ତୁ । ଏଠାରେ ନିଜର ଠିକଣା ଅପଲୋଡ୍ କରନ୍ତୁ ।

୬. ଏହାପରେ ଗେଟ୍ ଆଧାର ଓଟିପି ଉପରେ କ୍ଲିକ୍ କରନ୍ତୁ । ଏଥିରେ ଆପଣଙ୍କ କ୍ଲେମ୍ ଫାଇଲ୍ ହୋଇଯିବ । ଆପଣଙ୍କ ଖାତାକୁ ଏକ ଘଣ୍ଟା ମଧ୍ୟରେ ଟଙ୍କା ଆସିଯିବ ।

ଯଦି ଆପଣ ଚାହୁଁଛନ୍ତି ମିସ୍ କଲ୍ ଜରିଆରେ ନିଜର ଇପିଏଫ୍ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜର ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ମିସ୍ କଲ୍ କରିବାକୁ ହେବ ।

Get real time updates directly on you device, subscribe now.