fbpx

ସାଧାରଣତନ୍ତ୍ର ଦିବସ ପରେଡ: ଯୋଗ ଦେବେନି ବିଦେଶୀ ଅତିଥି

ନୂଆଦିଲ୍ଲୀ: ଚଳିତ ସାଧାରଣ ତନ୍ତ୍ର ଦିବସ ପାଇଁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ପ୍ରତିବର୍ଷ ବିଭିନ୍ନ ରାଷ୍ଟ୍ରମୁଖ୍ୟ ମାନଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରଣ କରାଯାଏ । ଏହି କ୍ରମରେ ସ୍ଥିର ହୋଇଛି ଯେ, ଚଳିତ ଥର କରୋନା ମହାମାରୀ କାରଣରୁ କେବଳ ୨୪ ହଜାର ଲୋକ ହିଁ ଏଥିରେ ସାମିଲ ହୋଇପାରିବେ ।

ସେହିପରି ଗତବର୍ଷ ଗଣତନ୍ତ୍ରୀ ଦିବସ ପରେଡରେ ୨୫ହଜାର ଲୋକଙ୍କୁ ଅନୁମତି ଥିଲା । ହେଲେ ଏହା ପୁର୍ବରୁ ୨୦୨୦ ରେ କରୋନା ମହାମଳାରୀ ପୂର୍ବରୁ ୧.୨୫ ଲକ୍ଷ ଲୋକ ସାମିଲ ହୋଇଥିଲେ । ହେଲେ ଚଳିତ ଥର ମଧ୍ୟ ମହମାରୀ କାରଣରୁ କମ୍ ଲୋକଙ୍କ ଉପସ୍ଥିତିରେ ପରେଡ୍ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ଏହି ଅବସରରେ କୌଣସି ବିଦେଶୀ ଅତିଥି ସାମିଳ ରହିବେ ନାହିଁ । ଗତବର୍ଷ ମଧ୍ୟ କେହି ସାମିଲ ହୋଇନଥିଲେ । ସୁତ୍ରରୁ ପ୍ରକାଶ ଯେ, ଚଳିତ ଥର ପରେଡ୍ ରେ ଉଜବେକିସ୍ତାନ, ତୁର୍କିମେନିସ୍ତାନ, କିର୍ଗିଜ୍ ଗଣରାଜ୍ୟ ଓ ତାଜକିସ୍ତାନର ନେତା ମାନେ ସାମିଲ ହେବାର ଯୋଜନା ହୋଇଥିଲା ।

Get real time updates directly on you device, subscribe now.