fbpx

ସାଇକେଲ ଚଳାଇବାରୁ ପୁରୁଷଙ୍କଠାରେ ବଢ଼ୁଛି ନପୁଂସକତାର ବିପଦ! ଆପଣ କରନ୍ତୁନି ଏହି ଭୁଲ, ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ ?

ଛୁଆ ହୁଅନ୍ତ ବା ବୃଦ୍ଧ, ସାଇକେଲ ଚଳାଇବାକୁ ସମସ୍ତେ ପସନ୍ଦ କରନ୍ତି । ସାଇକେଲ ଚଳାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ସାଇକେଲିଂ ହାର୍ଟ ଫିଟନେସ୍, ମାଯସପେଶୀ ଶକ୍ତି ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ସାଇକେଲ ଚଲାଇବା ଦ୍ୱାରା ହାଡ ଶକ୍ତିଶାଳୀ ହୁଏ ଏବଂ ଶରୀରର ଚର୍ବି ମଧ୍ୟ କମିଯାଏ । କୁହାଯାଏ ଯେ, ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ନପୁଂସକତାର ବିପଦ ବଢ଼ିଯାଇଥାଏ । ଏପରି ପରିସ୍ଥିତିରେ ସାଇକେଲ ଚଳାଇବା ଦ୍ୱାରା ଏହି ବିପଦ ମଧ୍ୟ ବଢ଼ିଥାଏ ।

ଇରେକ୍ଟାଇଲ୍ ଡିସଫେଙ୍କସନ୍ ଯାହା ନପୁଂସକତା ଭାବରେ ମଧ୍ୟ ଜଣାଶୁଣା, ଏହି ଅବସ୍ଥାରେ ବ୍ୟକ୍ତି ସେକ୍ସ ପାଇଁ ପର୍ଯ୍ୟପ୍ତ ମାତ୍ରାରେ ଇରେକ୍ସନ୍ ଉତ୍ପାଦନ ଏବଂ ତାହାକୁ ମେନଟେନ୍ କରିବାରେ ଅସମର୍ଥ ହୋଇଯାଏ । ଯଦି ଆପଣଙ୍କୁ ବାରମ୍ବାର ଇରେକ୍ଟାଇଲ୍ ଡିସଫଙ୍କସନ ସମସ୍ୟାର ସାମ୍ନା କରିବାକୁ ପଡିବ, ତେବେ ଏହା ଆପଣଙ୍କ ଚାପକୁ ବଢ଼ାଇପାରେ । ଯାହା ଆପଣଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିପାରେ ଏବଂ ଏହି କାରଣରୁ ଆପଣଙ୍କ ସମ୍ପର୍କରେ ଅନେକ ସମସ୍ୟା ଉପୁଜିପାରେ । ଏହା ସହିତ ଏଥିରେ ସେକ୍ସ କରିବା ଇଛା ଉପରେ ବି ଖରାପ ପ୍ରଭାବ ପଡ଼ିଥାଏ । ସମ୍ପର୍କର ଇଚ୍ଛା ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇଛି ।

ଯେତେବେଳେ ଆପଣ ସାଇକେଲ ଚଲାଇବା ପାଇଁ ଏହାର ସିଟରେ ବସନ୍ତି, ସେବେ ତାହା ଆପଣଙ୍କ ପ୍ରାଇଭେଟ ପାର୍ଟ ପ୍ରଭାବିତ ହୁଏ । ଏହାର ଅର୍ଥ ହେଉଛି ଆପଣଙ୍କ ପ୍ରାଇଭେଟ ପାର୍ଟର ସ୍ନାୟୁ ଉପରେ ଅଧିକ ଚାପ ପଡ଼ିଥାଏ, ଯାହା ଇରେକ୍ଟାଇଲ୍ ଡିସଫଙ୍କସନ ସୃଷ୍ଟି କରିଥାଏ । ଏହା ଆପଣଙ୍କ ଫର୍ଟିଲିଟୀ ସ୍ୱାସ୍ଥ୍ୟ ପାଇଁ ବିଲକୁଲ ଠିକ୍ ବୋଲି ବିବେଚନା କରାଯାଏ ନାହିଁ ।

ସାଇକେଲ ଚଲାଇବା ସମୟରେ ଏହାର ସିଟ୍ ଯୋଗୁଁ ପ୍ରାଇଭେଟ ପାର୍ଟ ଓ ମଳଦ୍ୱାର ମଧ୍ୟରେ ବହୁତ ଚାପ ପଡ଼ିଥାଏ । ଏହି ଚାପ ଯୋଗୁଁ ସ୍ନାୟୁକୁ କ୍ଷତି ପହଞ୍ଚିଥାଏ, ଯେଉଁ କାରଣରୁ ରକ୍ତ ପ୍ରବାହ କିଛି ସମୟ ପାଇଁ ସ୍ଲୋ ହୋଇଯାଏ । ଅନେକ ଥର ଏହି କାରଣରୁ ଇରେକ୍ଟାଇଲ୍ ଡିସଫଙ୍କସନ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡେ ।

କ’ଣ କୁହେ ରିସର୍ଚ୍ଚ :-
ପୋଲାଣ୍ଡର ୱେକଲା ମେଡିକାଲ୍ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଇରେକ୍ଟାଇଲ୍ ଡିସଫଙ୍କସନରୁ ବର୍ତ୍ତିବା ପାଇଁ ପୁରୁଷମାନଙ୍କୁ ସାଇକେଲ ଚଳାଇବା ବେଳେ କିଛି ସମୟ ଠିଆ ହୋଇପଡ଼ିବା ଉଚିତ୍ । ରିସର୍ଚ୍ଚରେ ପରାମର୍ଶ ଦିଆଯାଇଛି ଯେ, ସାଇକେଲ ଚଳାଇବା ସମୟରେ ପ୍ରତି ୧୦ ମିନିଟ ପାଇଁ ପ୍ୟାଡଲ ଉପରେ ଠିଆ ହୋଇଯାଅ । ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି କି, କେବଳ ସିଟ୍ ଉପରେ ବସିବା କାରଣରୁ ଆପଣଙ୍କ ପ୍ରାଇଭେଟ ପାର୍ଟ ଅସ୍ଥିର ହୁଏନାହିଁ । ଖରାପ ସିଟ୍ ବା ଭୁଲ ଭାବରେ ବସିବା କାରଣରୁ ମଧ୍ୟ ଏପରି ହୋଇଥାଏ ।

ହାୱର୍ଡର ସ୍ପେଶାଲ ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, ଚଲାଇବା ଦ୍ୱାରା ସ୍ନାୟୁ ନଷ୍ଟ ହୁଏ ଏବଂ ପ୍ରାଇଭେଟ ପାର୍ଟରଧମନୀ ଉପରେ ଚାପ ସୃଷ୍ଟି ହୁଏ, ଯାହା ନପୁଂସକତାର କାରଣ ହୋଇପାରେ । ଅଧ୍ୟୟନରେ ଏହା ଜଣାପଡିଛି ଯେ, ଏହି ସମସ୍ୟା ସାଧାରଣତଃ ପୁରୁଷମାନଙ୍କଠାରେ ଦେଖାଯାଏ, ଯେଉଁମାନେ ସପ୍ତାହରେ ୩ ଘଣ୍ଟାରୁ ଅଧିକ ସମୟ ସାଇକେଲ ଚଳାନ୍ତି ।

ରିସର୍ଚ୍ଚରେ ଦିଆଯାଇଥିବା ସୂଚନାର ଅର୍ଥ ନୁହେଁ ଯେ ଆପଣ ସାଇକେଲ ଚଳାଇବା ଉଚିତ୍ ନୁହେଁ । କିନ୍ତୁ ଏହା ଜରୁରୀ ଯେ, ସାଇକେଲ ଚଳାଇବା ସମୟରେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନିଅନ୍ତୁ ଯାହା ଦ୍ୱାରା ଇରେକ୍ଟାଇଲ୍ ଡିସଫଙ୍କସନ ସମସ୍ୟାକୁ ଏଡାଯାଇପାରିବ । ଯଦି ଆପଣ ସାଇକେଲ ଚଳାଇବା ସମୟରେ କିଛି ସମୟ ପାଇଁ ଉଠିଯାଆନ୍ତିି, ତେବେ ବାୟୁ ପାସ୍ ହେବା ସହ ଆପଣଙ୍କ ପ୍ରାଇଭେଟ ପାର୍ଟର ସ୍ନାୟୁ ଉପରେ କୌଣସି ଚାପ ପଡ଼ିବ ନାହିଁ ।

Get real time updates directly on you device, subscribe now.