fbpx

ନିଜ ପ୍ରେମିକାକୁ ବିବାହ କଲେ କି ଦୂତୀ ଚାନ୍ଦ? ଫଟୋ ଭାଇରାଲ ପରେ ଫ୍ୟାନ୍ସ କହିଲେ…

ଭୁବନେଶ୍ୱର: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ଆଥଲେଟ୍ ଦୂତୀ ଚାନ୍ଦ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । କେବେ ତାଙ୍କ ଖେଳ ପାଇଁ ଲୋକଲୋଚନକୁ ଆସିଥାନ୍ତି ତ ଆଉ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ମଧ୍ୟରେ ଦୂତୀଙ୍କ ଏକ ଫଟୋ ଭାଇରାଲ ହେବାର ଲାଗିଛି । ଯହାକି ଫାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି । କାରଣ ଭାଇରାଲ ହେଉଥିବା ଫଟୋରେ ଦୂତୀ ନିଜ ସମଲିଙ୍ଗୀ ପ୍ରେମିକା ମୋନାଲିସାଙ୍କ ସହ ନଜର ଆସିଛନ୍ତି । ଯେଉଁଥିରେ ଦୂତୀ ସୁଟ୍ ପିନ୍ଧିଥିବା ବେଳେ ପ୍ରେମିକା ମୋନାଲିସା ଲେହେଙ୍ଗା ପିନ୍ଧିଛନ୍ତି । ଏଥିସହିତ ଉଭୟ ମ୍ୟାରେଜ ଷ୍ଟେଜରେ ମଧ୍ୟ ବସିଛନ୍ତି । ଯାହାକୁ ଦେଖିଲେ ମନେହେବ ଦୂତୀ ଏବଂ ତାଙ୍କ ପ୍ରେମିକା ବିବାହ କରିଛନ୍ତି । ଏହି ଫଟୋକୁ ନେଇ ଫ୍ୟାନ୍ସ ଉଭୟଙ୍କୁ ଅଭିନନ୍ଦନ ମଧ୍ୟ ଜଣାଛନ୍ତି ।

ତେବେ ଦୂତୀ ତାଙ୍କ ଇନଷ୍ଟାଗ୍ରାମରେ ନିଜ ପ୍ରେମିକା ମୋନାଲିସା ଏବଂ ତାଙ୍କ ଫଟୋ ସେୟାର କରିଥିଲେ । ଯାହାକୁ ଦୋଖିବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେବା ସହ ତାଙ୍କୁ ବିବାହର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । କିନ୍ତୁ ସବୁପରେ ବି ଆଥଲେଟ୍ ଦୂତୀଙ୍କ ଫ୍ୟାନ୍ସ ଦ୍ୱନ୍ଦରେ ଅଛନ୍ତି । ତେବେ ଦୂତୀ ତାଙ୍କ ଇନଷ୍ଟାଗ୍ରାମ ଦେଖିବା ପରେ ଫ୍ୟାନ୍ସଙ୍କ ମନରେ ଥିବା ଏହି ଦ୍ୱନ୍ଦ ଦୂର କରିଛନ୍ତି ।

 

View this post on Instagram

 

A post shared by Dutee chand (@duteechand)

ଦୂତୀ ଚାନ୍ଦ ନିଜ ଇନଷ୍ଟାଗ୍ରମରେ ଆହୁରି କିଛି ଫଟୋ ସୋୟାର କରିଛନ୍ତି । ଯେଉଁଥିରେ ତାଙ୍କ ଭଉଣୀଙ୍କ ବିବାହ ହେଉଥିବା ଜଣା ପଡିଛି । ଏଥିସହିତ ଫଟୋ ତଳେ ଲେଖା ଅଛି ମୋ ଭଉଣୀ ଅଞ୍ଜନା ଚାନ୍ଦଙ୍କ ବିବାହ ହୋଇଛି ଏବଂ ଉଭୟଙ୍କୁ ବିବାହର ଅଭିନନ୍ଦ । ତେବେ ଏହି ଫଟୋ ଦେଖିବା ଫ୍ୟାନ୍ସଙ୍କ ଦ୍ୱନ୍ଦ ଦୂର ହେବା ସହ ଏହା ସୁନିଶ୍ଚିତ ହୋଇଛି ଯେ, ଦୂତୀ ତାଙ୍କ ସମଲିଙ୍ଗୀ ପ୍ରେମିକା ମୋନାଲିସାଙ୍କୁ ବିବାହ କରି ନାହାନ୍ତି । ବରଂ ତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ଉଭୟ ଏପରି ଫଟୋ ଉଠାଇଛନ୍ତି ।

 

View this post on Instagram

 

A post shared by Dutee chand (@duteechand)

Get real time updates directly on you device, subscribe now.