ନୂଆଦିଲ୍ଲୀ: ଗ୍ରାହକଙ୍କ ସଂଖ୍ୟା ହିସାବରେ ଦେଶରେ ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ସୋମବାର ଦିନ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନାରେ ଏବେ କୋଟିକୋଟି ଲୋକ ସିଧା ୟୁପିଆଇ ମାଧ୍ୟମରେ ଡିଜିଟାଲ ଟଙ୍କାର କାରବାର କରିପାରିବେ । ଷ୍ଟେଟ ବ୍ୟାଙ୍କ ଇଣ୍ଡିଆର ଏହି ନୂଆ ଅଫର ଡିଜିଟାଲ ଟଙ୍କାର ବ୍ୟବହାରକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କିଛି ସମୟ ପୂର୍ବରୁ ଡିଜିଟାଲ କରେନ୍ସି, ଯେପରି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସିକୁ ଆରମ୍ଭ କରିଛି । ରିଜର୍ଭ ବ୍ୟାଙ୍କର ଇ-ରୂପୀ ବା ଡିଜିଟାଲ ଟଙ୍କା ସହ ଜଡିତ ପ୍ରୋଜେକ୍ଟ ଆରମ୍ଭରେ ଯେଉଁ ବ୍ୟାଙ୍କ ସହ ଆସିଥିଲା ସେଥିରେ ଏସବିଆଇ ମଧ୍ୟ ଅନ୍ତର୍ଭୁକ୍ତ । ସିବିଡିସି ସେହି ବ୍ଲାକଚେନ ଟେକନଲୋଜି ଉପରେ ଆଧାରିତ, ଯାହା ଉପରେ କ୍ରିପ୍ଟୋ କରେନ୍ସି କାମ କରୁଛି । କାରଣ ସିବିଡିସି କ୍ରିପ୍ଟୋ କରେନ୍ସି ଠାରୁ ବିଲକୁଲ ଅଲଗା, କାରଣ ତାଙ୍କୁ ସେହିପରି ସାର୍ବଭୌମ ଗ୍ୟାରେଣ୍ଟି ମିଳିଛି । ଯେପରି ପେପର କରେନ୍ସିକୁ ମିଳିଛି ।
ଏସବିଆଇ ଏକ ଷ୍ଟେଟମେଣ୍ଟରେ କହିଛି ଯେ, ତାର ନୂଆ ଯୋଜନାରେ ୟୁପିଆଇକୁ ଡିଜିଟାଲ ଟଙ୍କା ସହ ଇଣ୍ଟେରପେବଲ କରିଛି । ଗ୍ରାହକ ଏହି ସର୍ଭିସର ଲାଭ ଇ-ରୂପୀ ବାଏ ଏସବିଆଇ ଆପ ଜରିଆରେ ଉଠାଇ ପାରିବେ । ଏହି ଆପ ସାହାଯ୍ୟରେ ୟୁଜର୍ସ ଯେକୌଣସି ଦୋକାନରେ ବା କୌଣସି ଜାଗାରେ ୟୁପିଆଇ କ୍ୟୁଆର କୋଡ ସ୍କାନ କରି ସିଧା ଡିଜିଟାଲ ଟଙ୍କା ଦେୟ କରିପାରିବେ ।