ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରି ହେଉଥିଲେ…; ଜଣାନ୍ତୁ ଏହି ନମ୍ୱରରେ, ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗକୁ ନେଇ ଜାରିହେଲା ହେଲ୍ପ ଲାଇନ୍ ନମ୍ବର ।  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନମ୍ବର ଜାରି । ୦୬୭୪-୨୩୯୬୨୨୭ରେ ଅଭିଯୋଗ କରିପାରିବେ ଖାଉଟି । କଲ୍ କରି ବ୍ୟବସାୟୀଙ୍କ ବିରୋଧରେ କରିପାରିବେ ଅଭିଯୋଗ । ଅଭିଯୋଗ ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

ସେପଟେ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ ବାତ୍ୟା ଦାନା । କାଲି ରାତିରୁ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ । ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା ‘ଦାନା’ । ପାରାଦୀପ ଠାରୁ ୪୨୦ କିମି, ଧାମରାରୁ ୪୫୦ କିମି ଦୂରରେ ରହିଛି । ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆହୁରି ଘନୀଭୂତ ହେବ । କାଲି ସକାଳ ସୁଦ୍ଧା ଦ୍ଭୀଷଣ ବାତ୍ୟାର ରୂପ ନେବ ‘ଦାନା’ ।

ଏପଟେ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ସେବା ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିବ ବିମାନ ଚଳାଚଳ । କାଲି ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ ।