fbpx

ଜଳାର୍ଣ୍ଣବ ୟୁରୋପ: ଭୟଙ୍କର ବନ୍ୟା ନେଲାଣି ୧୫୦ରୁ ଅଧିକ ଜୀବନ

ବର୍ଲିନ: ୟୁରୋପରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ପଶ୍ଚିମ ଜର୍ମାନୀ ଓ ବେଲଜିୟମର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ତଳିଆ ଅଂଚଳ ଜଳମଗ୍ନ ହୋଇଯାଇଛି । ବନ୍ୟାରେ ୧୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଜଣେ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଜର୍ମାନୀ ରାଷ୍ଟ୍ରପତି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଜର୍ମାନୀର ରାଷ୍ଟ୍ରପତି ଫ୍ରାଙ୍କ ୱଲଟର ଷ୍ଟ୍ରନମେୟର କହିଛନ୍ତି, ବନ୍ୟା ଯୋଗୁଁ ଉପୁଜିଥିବା ବିନାଶ ସ୍ଥିତି ନେଇ ସ୍ତବ୍ଧ ହୋଇଯାଇଛନ୍ତି । ଜର୍ମାନୀର ରେଇନଲ୍ୟାଣ୍ଡ-ପାଲାଟିନେଟ୍ ରାଜ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଇଛି । ଷ୍ଟ୍ରନମେୟର କହିଛନ୍ତି ଯେ, ବିପଦ ପରିସ୍ଥିତିରେ ଆମର ଦେଶ ଏକାଠି ଛିଡ଼ା ହୋଇଛି ।

ସୂଚନା ଅନୁୟାୟୀ, ଜର୍ମାନୀରେ ପାଖାପାଖି ୧୩୦୦ ଲୋକ ନିଖୋଜ ଥିବାର ଆଶଙ୍କା କରାଯାଉଛି । ସବୁ ଆଡେ ବନ୍ୟାର କହର ଥିବାରୁ ରାସ୍ତାଘାଟ ଧୋଇ ହୋଇଯାଇଛି ଏବଂ ମୋବାଇଲ ନେଟୱାର୍କ କାମ କରୁ ନଥିବାରୁ ଲୋକଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଜର୍ମାନୀ ଭଳି ବେଲଜିୟମରେ ମଧ୍ୟ ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି ।

Get real time updates directly on you device, subscribe now.