ପୁଟିନଙ୍କ ପରେ ଆଜି ଜେଲେନସ୍କିଙ୍କ ପାଳି, ଟ୍ରମ୍ପଙ୍କ ସହ ଭୋଲୋଦିମିର ଜେଲେନସ୍କିଙ୍କ ଭେଟଘାଟ

ଶାନ୍ତି ଚୁକ୍ତି ପାଇଁ ଆଜି କଥାବାର୍ତ୍ତା ହେବେ ଟ୍ରମ୍ପ ଓ ଜେଲେନସ୍କି।

ଆମେରିକା: ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଭେଟଘାଟ। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି।

ପାଖାପାଖି ୩ ବର୍ଷ ଧରି ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ସେଥିପାଇଁ ଆଜି ଶାନ୍ତି ଚୁକ୍ତି କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରିବେ ଟ୍ରମ୍ପ।

ଯଦି ଦେଖିବା ପୂର୍ବରୁ ମଧ୍ୟ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟ୍ରମ୍ପ ଶାନ୍ତି ଚୁକ୍ତି ପାଇଁ କଥାବାର୍ତ୍ତା କରିଥିଲେ।  ହେଲେ ଆଲାସ୍କିରେ ଟ୍ରମ୍ପ ଓ ପୁଟିନଙ୍କ ମହାବୈଠକର କୌଣସି ଫଳାଫଳ ବାହାରିପାରିଲା ନାହିଁ।

ଯେହେତୁ ପୁଟିନ ଓ ଟ୍ରମ୍ପଙ୍କ କଥାବାର୍ତ୍ତାରେ କୌଣସି ଚୁକ୍ତି ହୋଇପାରିଲା ନାହିଁ ତେଣୁ ମହାବୈଠକ ପରେ ଜେଲେନସ୍କିଙ୍କୁ ଫୋନ୍ କରିଥିଲେ ଡୋନାଲ୍ଡ ଟ୍ରମ୍ପ। ଆଉ ଯାହାର ଆଜି ନିସ୍କର୍ଷ ଆଜି ବାହାରିବ ବୋଲି ସମସ୍ତଙ୍କ ଆଶା ରହିଛି।