ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ଏମିତି କିଛି ଔଷଧ ଥିବ ଯାହାର ଏକ୍ସପାରୀ ଡେଟ ଚାଲିଯିବଣି ଓ ସେସବୁକୁ ଫିଙ୍ଗିବାକୁ ଭାବୁଥିବେ । ତେବେ ଟିକେ ରହିଯାଆନ୍ତୁ । ଫିଙ୍ଗନ୍ତୁନି । ଏହି ଔଷଧ ଏବେ ମଧ୍ୟ ଉପଯୋଗୀ । ଏହାକୁ ଆଜିବି ବ୍ୟବହାର କରାଯାଇ ଅନେକ ସମସ୍ୟାରୁ ମୁକୁଳି ହେବ । ତେବେ କେମିତି ସମସ୍ୟା ଦୂର ହେବ ଓ କିପରି ବ୍ୟବହାର ହେବ ଆସନ୍ତୁ ଜାଣିବା ।
ଔଷଧର ଏକ୍ସପାରୀ ଡେ ଚାଲିଯାଇଥିଲେ, ଚିନ୍ତା ନାହିଁ । ସସବୁକୁ ବାହାର କରି ଏକାଠି କରନ୍ତୁ । ତାକୁ ଚୂନା କରି ସ୍ପ୍ର ବଟଲରେ ରଖି ଗଛରେ ସ୍ପ୍ରେ କରନ୍ତୁ । ଦେଖିବେ, ଗଛରେ ଏହି ଔଷଧ ସାର ପରି କାମ ଦେବ । ଗଛ ଭଲ ବଢିବ ।
ଏହାକୁ ୱାସ ବେସିନ ସଫା କରିବାକୁ ମଧ୍ୟ ବ୍ୟବହାର କରିପାରିବେ । ଗରମ ପାଣିରେ ଏହି ଅଦରକାରୀ ଔଷଧ ଚୂନାକୁ ମିଶାଇ ଦିଅନ୍ତୁ । ଏଥିରେ ସାମାନ୍ୟ ବେକିଂ ସୋଡା ପକାନ୍ତୁ । ଭଲକରି ଗୋଳେଇ ବେସିନରେ ବ୍ଲକେଜ ଜାଗାରେ ଢାଳି ଦିଅନ୍ତୁ, ଦେଖିବେ ସିଙ୍କ ବା ବେସିନର ଜାମ ସଫାହୋଇଯିବ ।
ଖାଲି ଏକ୍ସପାରୀ ମେଡିସିନ ନୁହେଁ, ଏସବୁ ଥିବା ର୍ୟାପର ମଧ୍ୟ ଘରର କାମରେ ଆସିପାରିବ । ଏହି ର୍ୟାପରକୁ ପାଣିରେ ପୁଟେଇ ସେହି ପାଣିରେ ବାସନ ମାଜନ୍ତୁ । ଦେଖିବେ ଆପଣଙ୍କ ବାସନ ଚିକ ଚିକ ହୋଇ ଚମକିବ । କିଛି ଔଷଧକୁ ଟଏଲେଟ କ୍ଲିନର ଭାବେ ମଧ୍ୟ ବ୍ୟବହାର କରାଯାଇପାରେ । ପାଣିରେ ଔଷଧ ମିଶେଇ ଟଏଲେଟ ସଫାକରି ଦେଖନ୍ତି, କେମିଚି ଟଏଲେଟ ପ୍ୟାନରେ ଆପଣଙ୍କ ମୁହଁ ଦିଶିବ ।