fbpx

ଦଣ୍ଡ ବିଧାନ ପରେ ମଧ୍ୟ ଦୋଷୀ ପ୍ରତିପକ୍ଷସହ ବୁଝାମଣା କରି ଦୋଷମୁକ୍ତ ହୋଇପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ନିଷ୍ପତିରେ କହିଛନ୍ତି ଯେ, କୌଣସି ଅଜ୍ଞାତ ଅପରାଧରେ ବୁଝାମଣା କରାଯାଇ ଉଚ୍ଚ ନ୍ୟାୟାଳୟ ମାମଲା ଗୁଡ଼ିକୁ ସମାପ୍ତ କରିପାରିବେ । ଏଥିରେ ଅଭିଯୁକ୍ତ ଦଣ୍ଡିତ ହେବାପରେ ବି ପ୍ରତିପକ୍ଷଙ୍କ ସହିତ ବୁଝାମଣା କରି ମାମଲାର ସମାଧାନ କରାଯାଇପାରିବ ବା ଦୋଷ ମୁକ୍ତ ହୋଇପାରିବେ । ମୁଖ୍ୟ ବିଚାରପତି ଏନ.ଭି ରମଣା ପୀଠ ଏହି ମାମଲାରେ ଟିପ୍ପଣୀ ରଖି କହିଛନ୍ତି ଯେ, ଅଣ-ସଙ୍ଗୀନ ଭଳି ଅପରାଧ, ଯାହା ବ୍ୟକ୍ତିଗତ ପ୍ରକୃତି ଅଟେ । ସେସବୁକୁ ସମାଧାନ କରାଯାଇପାରିବ । ଏପରି ସ୍ଥଳରେ ଦୋଷୀଙ୍କୁ ଦଣ୍ଡବିଧାନ ଶୁଣାଯାଇଥିଲେ ସୁଦ୍ଧା ପ୍ରତିପକ୍ଷଙ୍କ ସହିତ ବୁଝାମଣା କରି ମାମଲାର ସମାଧାନ କରାଯାଇପାରିବ ।

ତେବେ ଏହି ମାମଲାରେ ଅଭିଯୁକ୍ତକୁ ଧାରା ୩୨୬ ଅଧୀନରେ ଦଣ୍ଡିତ କରାଯାଇଥିଲା । ନିଜ ଆବେଦନରେ ଅଭିଯୁକ୍ତ ମାମଲାକୁ ସମାପ୍ତ କରିବା ନେଇ ଅନୁରୋଧ କରିଥିଲା ଓ କହିଥିଲା ଯେ, ତାଙ୍କ ଭିତରେ ବୁଝାମଣା ହୋଇସାରିଛି । ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତର ଅପିଲ୍ କୁ ଖାରଜ କରି କହିଥିଲେ ଯେ, ତାଙ୍କ ଅପରାଧ କ୍ଷମା ଯୋଗ୍ୟ ନୁହେଁ । ତେଣୁ ଅଭିଯୁକ୍ତ ଜଣକ ଏହା ବିରୋଧରେ ଉଚ୍ଚତମ ନ୍ୟାୟାଳୟରେ ଅପିଲ କରିଥିଲେ ।

ଏହାପରେ ସୁପ୍ରିମକୋର୍ଟ ଅଭିୁକ୍ତର ଅପିଲ୍ କୁ ସ୍ୱୀକାର କହିଥିଲେ ଯେ, ପୀଡ଼ିତ ଓ ଅଭିଯୁକ୍ତ ଭିତରେ ବୁଝାମଣାକୁ ଆଖି ଆଗରେ ରଖି ତାଙ୍କ ଅପିଲ କୁ ସ୍ୱୀକାର କରାଯାଉଛି ଓ ଅଭିଯୁକ୍ତକୁ ଦୋଷ ମୁକ୍ତ କରାଯାଉଛି । ଧାରା ୪୮୨ ଅଧୀନରେ ଉଚ୍ଚ ନ୍ୟାୟାଳୟ ଦୋଷୀକୁ ଦୋଷମୁକ୍ତ କରିପାରିବେ ।

Get real time updates directly on you device, subscribe now.