fbpx

‘ପ୍ରଧାନମନ୍ତ୍ରୀ କାହିଁକି ଆସୁନାହାଁନ୍ତି ବୋଲି ଆଜି ବି ମଣିପୁରବାସୀ ପ୍ରଶ୍ନ କରୁଛନ୍ତି’… ମୋଦୀଙ୍କ ବୟାନରେ କଂଗ୍ରେସର ପାଲଟା ଜବାବ

Advertisement

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ମଣିପୁର ହିଂସାକୁ ନେଇ ବୟାନ ଦେଇଥିଲେ । ମଣିପୁରରେ ଶାନ୍ତି ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅପରପକ୍ଷରେ କଂଗ୍ରେସ ମହାସଚିବ ଏବଂ ସାଂସଦ ଜୟରାମ ରମେଶ ମୋଦୀଙ୍କ ବୟାନକୁ ନେଇ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ ହିଁ ନିରବତା ଭଙ୍ଗ କରିବା ଉଚିତ ଥିଲା ବୋଲି ସେ କହିଛନ୍ତି ।

କଂଗ୍ରେସ ମହାସଚିବ ଏବଂ ସାଂସଦ ଜୟରାମ ରମେଶ ମୋଦୀଙ୍କ ବୟାନକୁ ଟାର୍ଗେଟ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନିଜ ନିରବତା କାହିଁକି ଭଙ୍ଗ କଲେ ନାହିଁ ? ସେ ସାଂସଦ ଏବଂ ବିଧାୟକଙ୍କ ସହ କାହିଁକି ଭେଟିଲେ ନାହିଁ ? ଅନେକ ସମୟରେ ସେ ବିଭିନ୍ନ ଦେଶ ଗସ୍ତ କରିଥାନ୍ତି କିନ୍ତୁ ମଣିପୁର କାହିଁକି ଯାଇପାରିଲେ ନାହିଁ । ଏହା ସଂଦେଶ ଦେଉଛି କି ପ୍ରଧାନମନ୍ତ୍ରୀ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମଣିପୁରକୁ ନେଇ ଯାହା କହିଛନ୍ତି ତାହା ବାସ୍ତବତାର ଠିକ୍ ବିପରିତ । ୨୦୨୩ ମସିହା ମେ ୩ ତାରିଖରୁ ମଣିପୁର ଜଳୁଛି । ଏଠାରେ ଭିନ୍ନ ଭିନ୍ନ ସମୁଦାୟଙ୍କ ମଧ୍ୟରେ ତିକ୍ତତା ଏବଂ ହିଂସା ରହିଛି । ୨୦୨୨ ଫେବୃଆରୀରେ ବିଜେପି ଏବଂ ତାଙ୍କ ସହଯୋଗୀ ଦଳଗୁଡ଼ିକୁ ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ମିଳିଥିଲା ଏବଂ ୧୫ ମାସ ମଧ୍ୟରେ ମଣିପୁର ଜଳିବାକୁ ଲାଗିଲା । ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିନାହାଁନ୍ତି । ଆଜି ସେ ଏ ବିଷୟରେ କଥା ହେବାକୁ ବାଧ୍ୟ ହେଲେ । ଆଜି ମଧ୍ୟ ମଣିପୁରବାସୀ ପ୍ରଧାନମନ୍ତ୍ରୀ କାହିଁକି ଆସୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।’

Get real time updates directly on you device, subscribe now.