Video: ମମତା ଚକ୍ଷୁରେ ସବୁ ଦେଖି ପାରୁଥିବା ଅନ୍ଧୁଣୀ ମା’, ପିଲା କୁକୁରକୁ ପିଆଉଛନ୍ତି କ୍ଷୀର

ଆଖି ନଥାଇ ବି ସେ ଶ୍ରେଷ୍ଠ ମା'। ବୁଝୁଛନ୍ତି ଭାଷାହୀନ ପଶୁ ଛୁଆର ଭୋକ ଓ ଅଳି-ଅର୍ଦ୍ଦଳି। ପିଲା କୁକୁରକୁ ପିଆଉଛନ୍ତି କ୍ଷୀର, ପୋଛି ଦେଉଛନ୍ତି ମୁହଁ। ଦେଖନ୍ତୁ ଭିଡ଼ିଓ...

ନୂଆଦିଲ୍ଲୀ: ଆଜିର ଦୁନିଆରେ ଯେଉଁଠି ନାରୀ ନିଜ ସ୍ୱାର୍ଥ ପାଇଁ ଜନ୍ମ କରିଥିବା ପିଲାକୁ ବି ଛାଡ଼ି ଦେଉଛି। ସେଠି ଏ ଅନ୍ଧୁଣୀ ମା’ର ମାତୃତ୍ୱକୁ ଥରୁଟିଏ ଦେଖନ୍ତୁ। ଆଖି ନଥାଇ ବି ସେ ଶ୍ରେଷ୍ଠ ମା’।

ବିନା ଆଖିରେ ବି ସେ ଦେଖୁ ପାରୁଛନ୍ତି ଭାଷାହୀନ ପଶୁ ଛୁଆର ଭୋକ ଓ ଅଳି-ଅର୍ଦ୍ଦଳି। ଭାଇରାଲ ହେଉଛି ଭିଡିଓ। ଯାହା ଏ ରିଲ୍ସ୍ ମା’ମାନଙ୍କ ପାଇଁ ଏକ ଶିକ୍ଷା ପାଲଟିବ ନିଶ୍ଚୟ।

ଏକ ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ।

ଜନ୍ମ ନ ଦେଇ ମଧ୍ୟ ଲାଳନପାଳନ କରିବା, ସେବା କରିବା, ନିଜକୁ ନିଃଶେଷ କରି ଅନ୍ୟକୁ ସମୃଦ୍ଧ କରିବା ମାତୃତ୍ୱର ରୂପ। ଯାହାର ଏକ ବଳିଷ୍ଠ ଉଦାହରଣ ଆଜି ଆପଣଙ୍କ ପାଖରେ ରଖୁଛୁ।

ଏ ଭିଡିଓଟି ଉପରେ ଥରେ ଆଖି ପକାନ୍ତୁ, ଆପଣ ବି କହିବେ ଗୋଟେ ମା’ ସବୁବେଳେ ମା’। ଆଗରୁ ଅନେକ ଭିଡିଓ ସେସିଆଲ ମିଡିଆରେ ଦେଖିଥିବେ। ହେଲେ ଏହି ଭିଡିଓଟି ଭିନ୍ନ।

କାହିଁକି ଭିନ୍ନ ତାହାର କାରଣ ବି କହୁଛୁ। ଟିକେ ଭାବିଲେ ସବୁଦିନର ଖବରକାଗଜରେ ମା’କୁ ନେଇ ଯେଉଁ ସବୁ ଖବର ଆସୁଛି ତା ତୁଳନାରେ ଏଥିରେ କଣ ଅଲଗା?