fbpx

ଦେଶର ପ୍ରତି ପରିବାର ଉପରେ ଏତିକି ଟଙ୍କାର ଋଣବୋଝ

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ ପରିବାର ପିଛା ଋଣ ରାଶି ପ୍ରାୟ ୬୦ ହଜାର ଟଙ୍କା ରହିଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପରିବାର ପିଛା ଋଣ ୧ ଲକ୍ଷ ୨୦ ହଜାର ଟଙ୍କା ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ପରିବାର ମୁଣ୍ଡରେ ଋଣ ରହିଥିବାବେଳେ ସହରାଞ୍ଚଳରେ ୨୨ ପ୍ରତିଶତ ପରିବାର ମୁଣ୍ଡରେ ଋଣ ବୋଝ ରହିଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଦେଶର ଗ୍ରାମାଞ୍ଚଳରେ ଚାଷୀ ପରିବାର ପିଛା ଋଣ ପରିମାଣ ୭୪୪୬୦ ଟଙ୍କା ରହିଥିବାବେଳେ ଅଣଚାଷୀ ପରିବାର ପିଛା ଋଣ ପରିମାଣ ୪୦୪୩୨ ଟଙ୍କା ରହିଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ଆତ୍ମନିଯୁକ୍ତ ପରିବାରରେ ଋଣବୋଝ ୧.୮ ଲକ୍ଷ ଟଙ୍କା ରହିଥିବାବେଳେ ଅନ୍ୟ ପରିବାରଗୁଡ଼ିକ ପାଇଁ ଏହା ହାରାହାରି ୯୯୩୫୩ ଟଙ୍କା ରହିଛି ।
ଗ୍ରାମାଞ୍ଚଳର ଲୋକମାନଙ୍କ ଉପରେ ଯେଉଁ ଆର୍ଥକ ଋଣ ବୋଝ ରହିଛି ସେଥିରୁ ୩୪ ପ୍ରତିଶତ ଋଣ ଅଣ ଆନୁଷ୍ଠାନିକ ଋଣ ପ୍ରଦାନକାରୀଙ୍କ ଠାରୁ ଆସିଛି । କିନ୍ତୁ ଅନ୍ୟପକ୍ଷରେ ସହଞ୍ଚଳରେ ଅଣ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକଠାରୁ ମାତ୍ର ୧୩ ପ୍ରତିଶତ ଋଣ ଆସିଛି । ଅର୍ଥାତ ୮୭ ପ୍ରତିଶତ ଋଣ ଆନୁଷ୍ଠାନିକ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ଆସିଛି । ଗ୍ରାମାଞ୍ଚଳରେ ଚାଷୀ ପରିବାରଗୁଡ଼ିକ ନିକଟରେ ସଂପତ୍ତି ପରିମାଣ ୨୨ ଲକ୍ଷ ଟଙ୍କାର ହୋଇଥିବାବେଳେ ଅଣ ଚାଷୀ ପରିବାରଗୁଡ଼ିକ ନିକଟରେ ସଂପତ୍ତି ପରିମାଣ ୭.୮ ଲକ୍ଷ ଟଙ୍କା ରହିଥିବା ଦର୍ଶାଯାଇଛି । ସେହିଭଳି ସହରାଞ୍ଚଳର ଆତ୍ମନିଯୁକ୍ତ ପରିବାରଗୁଡିକର ହାରାହାରି ସଂପତ୍ତି ୪୧.୫ ଲକ୍ଷ ଟଙ୍କା ହୋଇଥିବା ଅନ୍ୟ ପରିବାରଗୁଡ଼ିକର ହାରାହାରି ସଂପତ୍ତି ରାଶି ୨୨.୧ ଲକ୍ଷ ଟଙ୍କା ରହିଛି ।

Get real time updates directly on you device, subscribe now.