fbpx
BSKY
BJD MC SKY
BJD YOUTH SKY

‘ଯିଏ ବି ଭାରତରେ ରହିବ ତାକୁ ଦେଶରର କାନୁନ ମାନିବାକୁ ପଡ଼ିବ’ ଟ୍ୱିଟର ସହ ବିବାଦକୁ ନେଇ ଏମିତି କହିଲେ ନୂଆ ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ନୂଆ ରେଳ ମନ୍ତ୍ରୀ ଏବଂ ଆଇଟି ମନ୍ତ୍ରୀ ଭାବେ ଶପଥ ନେଇଥିବା ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଯିଏ ବି ଭାରତର ନାଗରିକ ଅଟେ ଏବଂ ଯିଏ ଭାରତରେ ରହୁଥାନ୍ତି ତାଙ୍କୁ ଭାରତରୁ କାନୁନ ମନିବାକୁ ପଡ଼ିବ । ବୁଧବାର ଶପଥ ନେଇଥିବା ଅଶ୍ୱିନୀ ବୈଷ୍ଣବ ଗୁୁରୁବାର ନିଜର କାର୍ଯ୍ୟରେ ଯୋଗଦେବା ସହ ଏହି ବୟାନ ରଖିଛନ୍ତି । ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ନୂଆ ଆଇଟି ନିୟମକୁ ନ ମାନିବା ନେଇ ବିବାଦ ଦେଖାଦେଇଥିବାବେଳେ ଅଶ୍ୱିନୀଙ୍କର ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି । ଏ ପର୍ଯ୍ୟନ୍ତ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ମଧ୍ୟ ଏହାକୁ ନେଇ କଡ଼ା ଅଭମୁଖ୍ୟ ରଖିଥିଲେ । ଅବଶ୍ୟ ଏବେ ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବା ପାଇଁ ତାକୁ ଦୁଇ ମାସର ସମୟ ଦରକାର ।

ତେବେ ଟ୍ୱିଟରକୁ ୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ଯାହା ଆଜି ସରିବାକୁ ଯାଉଛି । ଯେଉଁଥିରେ ଟ୍ୱିଟରକୁ କୁହାଯାଇଥିଲା ଯେ ସେ କେବେ ନୂଆ ଆଇଟି ନିୟମ ଅନୁସାରେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାକୁ ଯାଉଛି । ଟ୍ୱିଟର ପକ୍ଷରୁ ଆଜି ଦିଲ୍ଲୀ ହାଇକୋର୍ଟରେ କୁହାଯାଇଛି ଯେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବା ପାଇଁ ତାକୁ ଆଉ ୮ ସପ୍ତାହ ବା ୨ ମାସର ସମୟ ଦିଆଯାଉ । ଏହା ସହ ଜୁଲାଇ ୧୧ ତାରିଖ ସୁଦ୍ଧା ଟ୍ୱିଟର ଅଭିଯୋଗ ଅଧିକାରୀ ନିଯୁକ୍ତ ନେଇ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ କହିଛି । ପୂର୍ବରୁ ମଙ୍ଗଳବାର ହାଇକୋର୍ଟ କେସର ଶୁଣାଣି କରି କହିଥିଲେ ଯଦି ଟ୍ୱିଟର ନିୟମର ପାଳନ କରିବ ନାହିଁ ତା’ହେଲେ ସରକାର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ।

Get real time updates directly on you device, subscribe now.