fbpx

ଦିଲୀପ କୁମାରଙ୍କ ପାକିସ୍ତାନରେ ଥିବା ମହଲର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ, ଜାଣନ୍ତୁ କଣ ହେବ

ମୁମ୍ବାଇ: ଭାରତୀୟ ସିନେମା ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖୁଥିବା ଅଭିନେତା ତଥା ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାରଙ୍କ ଜୁଲାଇ ୭ ତାରିଖରେ ନିଧନ ହୋଇଯାଇଛି । ଅନେକ ଦିନ ପର୍ଯ୍ୟନ୍ତ ରୋଗରେ ପୀଡ଼ିତ ହୋଇ ରହିବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦିଲୀପ । ତାଙ୍କୁ ରାଜକୀୟ ଢଙ୍ଗରେ ସମ୍ମାନ ଦିଆଯାଇ ଅନ୍ତିମ ବିଦାୟ ଦିଆଯାଇଥିଲା । ତେବେ ତାଙ୍କ ବିୟୋଗରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଆପଣ ମାନେ ଜାଣିଥିବେ ଯେ, ଦିଲୀପ କୁମାରଙ୍କ ଜନ୍ମ ପାକିସ୍ତାନର ପେଶାୱର ସହରରେ ହୋଇଥିଲା । ବିଭାଜନ ପରେ ଦିଲୀପ କୁମାରଙ୍କ ପରିବାର ମୁମ୍ବାଇ ଚାଲି

ଆସିଥିଲେ । ହେଲେ ପେଶାୱରରେ ଥିବା ବିତାଇଥିବା ଛୋଟ ବେଳର ସବୁ ମୁହୂର୍ତ୍ତ ଏବଂ ସେ ରହୁଥିବା ଘର କଥା ସେ ସବୁବେଳେ ମନେ ପକାଉଥିଲେ ।
ଦିଲୀପ କୁମାରଙ୍କ ବାଲ୍ୟକାଳ ପାକିସ୍ତାନର ପେଶାୱର ସହରରେ ଥିବା ତାଙ୍କ ପୈତୃକ ବଙ୍ଗଳାରେ କଟିଛି । ଏହି ବଙ୍ଗଳା ପାକିସ୍ତାନର ଖ୍ୱାନୀ ବଜାରରେ ଅବସ୍ଥିତ । ଦିଲୀପ କୁମାରଙ୍କ ଏହି ବଙ୍ଗଳା କପୁର ବଙ୍ଗଳାର ଆଖପାଖରେ ହିଁ ଅବସ୍ଥିତ । ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ପୂର୍ବରୁ ଦିଲ୍ଲୀପ କୁମାର ଓ ରାଜ କପୁର ଏହି ବଙ୍ଗଳାରେ ନିଜ ନିଜର ଛୋଟ ବେଳର ମୁହୁର୍ତ୍ତ ବିତାଇଥିଲେ । ତେବେ ଭାରତ ଆସିବା ପରେ ଦିଲ୍ଲୀପ କୁମାର ଚାହୁଥିଲେ ଯେ, ତାଙ୍କର ସେହି ବଙ୍ଗଳାକୁ ମ୍ୟୁଜିୟମ କରିଦିଆଯାଉ । ହେଲେ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଏହି ଇଚ୍ଛା ତାଙ୍କର ଅଧାରେ ରହିଗଲା ।

ପାକିସ୍ତାନର ଜଣେ ସାମ୍ବାଦିକ ଦିଲୀପଙ୍କ ବଙ୍ଗଳାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର୍ କରିଥିଲେ । ଯାହାକୁ ଦେଖି ସେ ଖୁବ୍ ଖୁସି ଥିଲେ । ତାଙ୍କର ଏହି ବଙ୍ଗଳା ୧୦୦ ବର୍ଷରୁ ବି ଅଧିକ ପୁରୁଣା । ୨୦୧୪ ମସିହାରେ, ଦିଲ୍ଲୀପ ଏବଂ ରାଜ କପୁରଙ୍କ ପୁରତନ ବଙ୍ଗଳାକୁ ତତ୍କାଳୀନ ନୱାଜ ସରିଫ ସରକାରଙ୍କ ଦ୍ୱାରା ଜାତୀୟ ଐତିହ୍ୟ ଘୋଷିତ ହୋଇଥିଲା । ପରେ ଏହାକୁ ମ୍ୟୁଜିୟମ୍ ରେ ପରିଣତ କରିବାକୁ କୁହାଯାଇଥିଲା । ହେଲେ ଏହି ମାମଲା ସଫଳ ରୂପ ନେଇପାରିନି । ବର୍ତ୍ତମାନ ପାକିସ୍ତାନ ସରକାର ଏବଂ ବଙ୍ଗଳା ଗୁଡ଼ିକର ବର୍ତ୍ତମାନର ମାଲିକଙ୍କ ମଧ୍ୟରେ ଏହି ମାମଲା ଫସି ରହିଛି ।

Get real time updates directly on you device, subscribe now.