fbpx

NEET ପ୍ରବେଶିକା ନେଇ ସ୍ପଷ୍ଟ କଲା NTA : ଜାଣନ୍ତୁ କେବେ ହେବ ପରୀକ୍ଷା

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଦୂର କରିଛି ଏନଟିଏ । ନିଟ୍ ପ୍ରବେଶିକା ନେଇ ଯେଉଁ ପୋଷ୍ଟଟି ଭାଇରାଲ୍ ହୋଇଛି ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସ୍ପଷ୍ଟ କରିଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋରେ ନିଟ୍ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୫ରେ ହେବା ନେଇ ଘୋଷଣା କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇନଥିବା ଏନଟିଏ ସ୍ପଷ୍ଟ କରିଛି ।

ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରିବା ପାଇଁ ଭାଇରାଲ ହୋଇଥିବା ଏହି ସର୍କୁଲାରକୁ ଗମ୍ଭୀରତାର ସହିତ ନେଇଛି ଏନଟିଏ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହି ପ୍ରବେଶିକା ପରୀକ୍ଷା ସହିତ ଜଡିତ ସମସ୍ତ ଭାଗିଦାରଙ୍କ ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଏନଟିଏ କହିଛି । କୌଣସି ବାହ୍ୟ ସୂଚନା ପରିବର୍ତ୍ତେ ଏନଟିଏର ଅଫିସିଆଲ ସାଇଟ nta.ac.in ଏବଂ ntaneet.nic.inଦେଖିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ନିକଟରେ ସରକାରଙ୍କ ପକ୍ଷରୁ ଜେଇଇ ମେନର ଅନ୍ତିମ ଦୁଇ ପର୍ଯ୍ୟାୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ଏପ୍ରିଲରେ ହେବାକୁ ଥିବା ପରୀକ୍ଷା ଜୁଲାଇ ୨୦-୨୫ ମଧ୍ୟରେ ଏବଂ ମେ ମାସରେ ହେବାକୁ ଥିବା ଅନ୍ତିମ ସେସନଟିଜୁଲାଇ ୨୭ରୁ ଅଗଷ୍ଟ୨ ମଧ୍ୟରେ ଅନୁଷ୍ଠିତ ହେବ । ଜେଇଇ ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀ ମାନେ ଅଫିସିଆଲ ସାଇଟ jeemain.nta.nic.in ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.