fbpx
BJD SKY
BJD SKY

ଆମେରିକୀୟ ସ୍ପ୍ରିଣ୍ଟର୍ ଶା’କ୍ୟାରୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେନି; ଜାଣନ୍ତୁ କାହିଁକି…

BJD

ନୂଆଦିଲ୍ଲୀ: ଆମେରିକୀୟ ଦ୍ରୁତ ଧାବିକା ଶା’କ୍ୟାରୀ ରିଚାର୍ଡସନ୍ ସମସ୍ତ ଯୋଗ୍ୟତା ଥାଇ ବି ଅଲିମ୍ପିକ୍ସରେ ନେଇପାରିବେନି ଭାଗ । ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟର୍ ନିଜ ପାଇଁ ନିଜେ ତିଆରି କରିଛନ୍ତି ସମସ୍ୟା । ନିଶା ସେବନ କରି ଧରାପଡ଼ିବା ପରେ ତାଙ୍କୁ ଏକ ମାସ ପାଇଁ କ୍ରୀଡ଼ା କ୍ଷେତ୍ରରୁ ବାସନ୍ଦ କରାଯିବା ପରେ ବଢ଼ିଛି ଅଡୁଆ । ଏଥିସହ ଶା’କ୍ୟାରୀ ମାନିନେଇଛନ୍ତି ନିଜ ଦୋଷ ।

ସୂଚନା ଅନୁସାରେ ୧୦୦ ମିଟର୍ ରେସ୍ ରେ ରେକର୍ଡ କରିଥିବା ଶା’କ୍ୟାରୀ ମାରିଜୁଆନା ନେଇଥିବା ଧରାପଡ଼ିଛି । ସେ ମାନସିକସ୍ତରରେ ଗଭୀର ଆଘାତ ପାଇଥିବା ଓ ଦୁଃଖରେ ଥିବା କାରଣରୁ ନିଶା ସେବନ କରିଥିବା ସ୍ୱୀକାର କରିଛନ୍ତି । ତାଙ୍କ ମା’ଙ୍କ ମୃତ୍ୟୁରେ ସେ ଗଭୀର ଭାବେ ଭାଙ୍ଗି ପଡ଼ିଥିବା କହିଛନ୍ତି । ତେବେ ଅଲିମ୍ପିକ୍ସର ସମସ୍ତ ନିୟମ ବିଷୟରେ ସେ ଅବଗତ ଅଛନ୍ତି ଏବଂ ସେ ଅଂଶଗ୍ରହଣ କରିବେନି ବୋଲି ମାନିନେଇଛନ୍ତି । କିନ୍ତୁ ଆସନ୍ତାବର୍ଷକୁ ବିଶ୍ୱ ରେକର୍ଡ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଶା’କ୍ୟାରୀ ।

Get real time updates directly on you device, subscribe now.