fbpx
BJD
BJD SKY
BJD SKY

ସାବଧାନ୍! କରୋନା ରୋଗୀଙ୍କୁ ଏବେ ଆକ୍ରମଣ କରୁଛି ସାଇଟୋମେଗଲୋ ଭାଇରସ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ମେଡ଼ିକାଲରେ ୬ ରୋଗୀ କରୋନା ପଜିଟିଭ ହେବାର ୨୦ ରୁ ୩୦ ଦିନ ମଧ୍ୟରେ ସାଇଟୋମେଗଲୋ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ମେଡିକାଲର ଅଧିକାରୀମାନେ କହିଛନ୍ତି ଯେ, ଆପୋଲୋରେ ଭର୍ତ୍ତି ହୋଇଥିବା ଏହି ରୋଗୀମାନଙ୍କୁ ଗତମାସରେ କରୋନା ଯୋଗୁଁ ସାଙ୍ଘାତିକ ନିମୋନିଆ ହୋଇଥିଲା । ସେମାନଙ୍କୁ ଅଧିକ ମାତ୍ରାରେ ଷ୍ଟେରଏଡ ଦିଆଯାଇଥିଲା । ଯେତେବେଳେ ସେମାନେ ସାଇଟୋମେଗଲୋ ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା , ସେତେବେଳକୁ ତାଙ୍କର କରୋନା ରିପୋର୍ଟ ନେଗେଟିଭ ହୋଇଥିଲା ।

ତେବେ ସାଇଟୋମେଗଲୋ ଭାଇରସ୍ ସାଧାରଣ ହର୍ପୀଜ ଭାଇରସ, ଯାହାର କୌଣସି ଲକ୍ଷଣ ନଜର ଆସନଥାଏ । କୌଣସି ଲକ୍ଷଣ ଦେଖାନଯିବାଠାରୁ ଆରମ୍ଭ କରି ଜ୍ୱର, ଥକାପଣଠାରୁ ନେଇ ଆଖି, ମସ୍ତିଷ୍କ କିମ୍ବା ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରଭାବିତ କରୁଥିବା ଭୟଙ୍କର ଲକ୍ଷଣ ପର୍ଯ୍ୟନ୍ତ ରହିଥାଏ ।

Get real time updates directly on you device, subscribe now.