fbpx

ରାଜବୀର ନାଁରେ ସମସ୍ତେ ଆମକୁ ବ୍ୟବହାର କରିଛନ୍ତି: ଦେଖନ୍ତୁ କ୍ୟାମେରା ସାମ୍ନାରେ କଣ କହୁଛି ଅସହାୟ ମା’[Video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୧୯ ମାସର କୁନି ଶିଶୁ ରାଜବୀର । ଏସଏମଇ ପରି ବିରଳ ରୋଗରେ ପୀଡିତ ଏହି କୁନି ଶିଶୁଟି ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ ଜାରି ରଖିଛି । ତେବେ ଏଭଳି ପରସ୍ଥିତିରେ ରାଜବୀର ପାଇଁ ହେଉଥିବା କ୍ରାଉଡ ଫଣ୍ଡିଂ, ପିତାମାତାଙ୍କ ବ୍ୟବହାର ଏବଂଅୟ ଅନ୍ୟ କିଛି ଜିନିଷକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏହି ବିବାଦ ସାମ୍ନାକୁ ଆସିବା ପରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ରାଜବୀରର ମା ଟାମଲିକା ଦାସ । ଟାମଲିକା କହିଛନ୍ତି ରାଜବୀର ବିରଳ ରୋଗରେ ପୀଡିତ ଥିବା ଏକ କୁନି ଶିଶୁ । ବିଭିନ୍ନ ସମୟରେ ଆମକୁ ସମସ୍ତେ ଶୋଷଣ କରିଛନ୍ତି ବୋଲି କହିଥିଲେ ରାଜବୀରର ମା ଟାମଲିକା ।

ପ୍ରଥମେ ରାଜବୀରର ସହାୟତା ପାଇଁ ଦେବବ୍ରତ ଷଡଙ୍ଗୀ ହାତ ବଢାଇଥିଲେ । ମାତ୍ର ଦେବବ୍ରତ ରାଜନୀତି କରିବାକୁ ଚାହିଁବାରୁ ଆମେ ଓହରି ଯାଇଥିଲୁ । ପରବର୍ତ୍ତୀ ସମୟରେ ଅମିତ ଏବଂ ସୁଜାତା ମଧ୍ୟ ସହାୟତାର ହାତ ବଢାଇଥିଲେ । ତେବେ ସେମାନେ ପଛକୁ ଫେରିବା ସହିତ ଦେଇଥିବା ସହାୟତା ରାଶି ମଧ୍ୟ ଫେରାଇ ନେଇଥିଲେ । ଦେବବ୍ରତ ସେମାନଙ୍କୁ ୪୦ ହଜାର ଟଙ୍କା ମାଗିଥିବା ନେଇ କହିଥିଲା ଟାମଲିକା । ଅନୁ ଯେଉଁଭଳି ଭାବରେ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନରେ ସେ ବହୁତ ଭଲ ବୋଲି କହିଥିଲେ ଟାମଲିକା । ଅନୁ ତାଙ୍କୁ ଶଙ୍ଖା ସିନ୍ଦୂର ପିନ୍ଧିବାକୁ କହିଥିବା ବେଳେ ପଇସା ସମ୍ପର୍କରେ କାହାକୁ ନ ଜଣେଇବାକୁ କହିଥିଲେ । ମୋ ଛୁଆ ପାଇଁ ମୁଁ ମୋର ସମସ୍ତ ଅଙ୍ଗ ବିକ୍ରି କରିଦେବା ପାଇଁ ବି ପ୍ରସ୍ତୁତ ବୋଲି କାନ୍ଦି କାନ୍ଦି କହିଥିଲେ ଟାମଲିକା । ଏପରି ପରସ୍ଥିତିରେ ଆତ୍ମହତ୍ୟା ଆମ ନିକଟରେ ବିକଳ୍ପ ବୋଲି କହିଛନ୍ତି ଟାମଲିକା । ଦେଖନ୍ତୁ ଭିଡିଓ……

Get real time updates directly on you device, subscribe now.