fbpx

‘ଆପଣଙ୍କ ବାଥରୁମ୍ ଝରକା ପଟରୁ ସବୁକିଛି ବାହାରକୁ ଦେଖାଯାଉଛି’; ମହିଳାଙ୍କୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଚିଠି

ନୂଆଦିଲ୍ଲୀ: ଅନେକ ସମୟରେ ଲୋକମାନଙ୍କ ସହିତ କିଛି ଏପରି ଘଟଣା ଘଟିଯାଏ ଯାହା ସେମାନେ କେବେ ବି ଆଶା କରିନଥାନ୍ତି । ଆଉ କିଛି କଥା ଏପରି ରହିଛି ଯାହା ଆମ ସହିତ ଚାରିପଟରେ ଘଟୁଛି କିନ୍ତୁ ସେସବୁର ଆମେ ଟେର୍ ପାଇପାରୁନେ । ତେବେ ଏମିତି କିଛି ଜଣେ ମହିଳାଙ୍କ ସହିତ ହୋଇଛି । ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା ହେଉଛି, ଜଣେ ମହିଳାଙ୍କ ପାଖକୁ ହଠାତ୍ ଆସି ଏକ ଚିଠି ପହଞ୍ଚିଥିଲା । ଆଉ ଚିଠିରେ ଲେଖାଥିଲା ଆପଣଙ୍କ ବାଥରୁମ୍ରେ ଲାଗିଥିବା ଝରକାର ବାହାର ପଟୁ ସବୁକିଛି ଦେଖାଯାଉଛି ।

ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରରୁ ଏହିଭଳି କିଛି ଘଟଣା ସାମନାକୁ ଆସିଛି । ସେଠାରେ ଏକ ୨୬ ବର୍ଷୀୟ ମହିଳା ନିଜର କିଛି ସଂପର୍କୀୟଙ୍କ ସହ ରହୁଥିଲେ । ଗୋଟେ ଦିନ ତାଙ୍କୁ ଏକ ଚିଠି ମିଳିଲା, ଯାହାକୁ ପଢ଼ିବାପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ କର କରିବେ କିଛି ଜାଣିପାରିନଥିଲେ ।
ଜଣେ ଅଜଣା ବ୍ୟକ୍ତି ଏହି ଚିଠିକୁ ଲେଖିଥିଲେ । ସେଥିରେ ସେ ଲେଖିଥିଲେ ଯେ, ଆପଣଙ୍କ ବାଥରୁମରେ ଲାଗିଥିବା ଝରକାରେ ବାହାର ପଟକୁ ସବୁ ଦେଖାଯାଉଛି । ଆପଣଙ୍କ ବାଥରୁମରେ କିଛି ଲଗାଇବା ଦରକାର । ଏହି ପ୍ରସଙ୍ଗକୁ ନେଇ ମୁଁ ଆପଣଙ୍କ କବାଟ ବାଡେଇ ନିଜକୁ ଲଜ୍ଜିତ ହେବାକୁ ଚାହୁଁନାହିଁ, ଧନ୍ୟବାଦ । ଅଜଣା ବ୍ୟକ୍ତି ଜଣଙ୍କ ଚିଠିକୁ ଯୁବତୀଙ୍କ ଘର କବାଟ ପାଖରେ ରଖି ଚାଲିଯାଇଥିଲେ ।

ତେବେ ଯୁବତୀ ଜଣଙ୍କ ଜଣେ ସାମ୍ବାଦିକା ଭାବରେ କାମ କରନ୍ତି । ସେ କିଛି ଦିନ ତଳେ ଘରର ନବୀକରଣ କାମ କରିଥିଲେ । ଏହି ସମୟରେ କିଛି ବାକି ରହିଯାଇଥିବା ଲାଗୁଛି । ଏଥିପାଇଁ ଏପରି ହୋଇଥାଇପାରେ ବୋଲି ଯୁବତୀ କହିଛନ୍ତି । ଏଥିସହିତ ଝରକାର ବାହାର ପଟକୁ ସବୁ ଦେଖାଯାଉଛି ବୋଲି ସେ ଜାଣିନାହାନ୍ତି । ତେବେ ସେ ୧୦ ଦିନର ଆଇସୋଲେସନରେ ରହିବା ପରେ ଏହାର ମରାମତି କରାଇଦେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.