ନିର୍ବାଚନ ହାରିବା ପରେ ପ୍ରଥମଥର ଏକାଠି ଦିଲ୍ଲୀ ଗଲେ ନବୀନ-ପାଣ୍ଡିଆନ! ଜୋର ଧରଲା ଚର୍ଚ୍ଚା

ନବୀନ ପଟ୍ଟନାୟକଙ୍କ ଘନ ଘନ ଦିଲ୍ଲୀ ଗସ୍ତ, ଓଡ଼ିଶା ରାଜନୀତିରେ ହଇଚଇ

ଭୁବନେଶ୍ୱର: ବିଜେଡିର ଏକ ନୂଆ ଚାଲ୍ ଚାଲିଛି ବୋଲି ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ୧୦ ଦିନ ମଧ୍ୟରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଥରେ ନୁହେଁ ଦୁଇ-ଦୁଇଥର ନୂଆଦିଲ୍ଲୀ ଗସ୍ତ କରିସାରିଲେଣି ।

ପିଏମ ମୋଦୀ ବିରୋଧୀ ଡିଲିମିଟେସନ୍ ବୈଠକରେ ବିଜେଡି ଯୋଗ ଦେବାପରେ ଏହି ଆଲୋଚନା ଘନେଇବାରେ ଲାଗିଛି । ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି ଯେ, ବିଜେଡି ଇଣ୍ଡି ମେଣ୍ଟର ନିକଟର ହେଉଛି କି ।

ତେବେ ଅନ୍ୟପଟେ ନବୀନ-ପାଣ୍ଡିଆନ ଏକ ସାଙ୍ଗରେ ଦିଲ୍ଲୀ ଗସ୍ତ କରିବା କଥା କୁହାଯାଉଛି । ଏହି ଦୁଇଜଣ ଦିଲ୍ଲୀ ଗସ୍ତ କରି କିଛି ଯୋଜନା ଚଳାଇଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଏହି କଥା ବର୍ତ୍ତମାନ ସତ କି ନୁହେଁ, ତାହା ଜଣାପଡିନାହିଁ ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଥିଲେ । ଏଥିସହ ସେ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ନିଜେପିକୁ ବିରୋଧ କରିବାକୁ ଯାଇ ନବୀନ ତାମିଲନାଡୁର ଶରଣ ପଶିଛନ୍ତି ବୋଲି ବିଜେପି ସାଂସଦ ସୁକ୍ତାନ୍ତ ପାଣିଗ୍ରାହୀ କହିଛନ୍ତି ।