fbpx
BJD SKY
BJD SKY

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି: ତଳେ ପଡ଼ିଯିବା ପରେ ଅଣ୍ଟାରେ ଲାଗିଲା ଗମ୍ଭୀର ଆଘାତ

BJD

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେସିଆର ତଳେ ପଡ଼ିଯିବା ଫଳରେ ତାଙ୍କର ଅଣ୍ଟାରେ ଗମ୍ଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ତେବେ ତାଙ୍କର ସର୍ଜରୀ କରାଯାଇପାରେ ବୋଲି କୁହାଯାଉଛି । ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତକାଲି ରାତିରେ ପାଦ ଖସି ଯିବାରୁ କେସିଆର ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଅଣ୍ଟାରେ ଗମ୍ଭୀର ଆଘାତ ଲାଗିବା ଫଳରେ ତାଙ୍କର ହାଡ଼ ଭାଙ୍ଗି ଯାଇଥିବା କୁହାଯାଉଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ହେଲେ ସର୍ଜରୀ କରାଯାଇପାରେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ପ୍ରକାଶ ପାଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ବଡ଼ ଝଟକା ଲାଗିଥିଲା । ରାଜ୍ୟରେ ବହୁମତ ହାସଲ କରି କଂଗ୍ରେସ ସରକାର ଗଠନ କରିବା ସହିତ ରେବନ୍ତ ରେଡ୍ଡୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଟ ୧୧୯ଟି ଆସନ ମଧ୍ୟରୁ କଂଗ୍ରେସ ୬୪ଟିରେ, ବିଆରଏସ ୩୯ଟିରେ ଓ ବିଜେପି ୮ଟି ଆସନରେ ଜିତିଥିଲା । ସର୍ବଦା ଜାତୀୟ ରାଜନୀତିରେ ସକ୍ରିୟ ରହୁଥିବା କେସିଆରଙ୍କୁ ଚଳିତ ନିର୍ବାଚନରେ ନିଜ ରାଜ୍ୟରେ ଏକ ବଡ଼ ଝଟକା ଲାଗିଥିଲା । ଫଳରେ କ୍ଷମତା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ କେସିଆର ।

Get real time updates directly on you device, subscribe now.