fbpx

ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଆକାଉଣ୍ଟରୁ କ୍ୟାଶ୍ ଉଠାଇ ପାରିବେ ନାହିଁ ଗ୍ରାହକ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆରବିଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଏବେ ଉକ୍ତ ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟରୁ କ୍ୟାଶ ଉଠାଇ ପାରିବେ ନାହିଁ ।

ଆରବିଆଇ ପକ୍ଷରୁ ଏନେଇ ଏକ ପ୍ରେସ୍ ବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଅପର୍ଯ୍ୟାପ୍ତ ପୁଞ୍ଜି ଓ ନିୟମର ପାଳନ ନ କରିବା କାରଣରୁ ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପି କୋ-ଅପରେଟିଭ ବ୍ୟାଙ୍କ, ସୀତାପୁରର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଗତ ୪ ତାରିଖରେ ଆଇବିଆଇ ପକ୍ଷରୁ କୋହ୍ଲାପୁରର ଇଚଲକରଞ୍ଜୀ ସ୍ଥିତ ଶଙ୍କରରାଓ ପୂଜାରି ନୂତନ ନଗରୀ ସହକାରୀ ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା ।

ଡିସେମ୍ବର ୭ ତାରିଖରେ ଆରବିଆଇ ଏକ ପ୍ରେସ୍ ରିଲିଜ୍୍ ଜାରି କରି ଏନେଇ ସୂଚନା ଦେଇଛି । ତେବେ ଆଇବିଆଇ ପକ୍ଷରୁ ବ୍ୟାଙ୍କିଂ କାରବାର ମଧ୍ୟ ବନ୍ଦ କରିଦିଆଯାଇଛି । ଏହା ଫଳରେ ଗ୍ରାହକମାନେ ଏବେ ସେମାନଙ୍କ ଆକାଉଣ୍ଟରୁ କ୍ୟାଶ ଉଠାଇ ପାରିବେ ନାହିଁ । ବର୍ତ୍ତମାନର ଆର୍ଥିକ ପରିସ୍ଥିତି କାରଣରୁ ବ୍ୟାଙ୍କ ତା’ର ଜମାକାରୀଙ୍କ ଅର୍ଥ ଭରଣା କରିବା ପାଇଁ ଅସମର୍ଥ ହେବ । ତେବେ ଆରବିଆଇର ଆଦେଶ ପରେ ଏବେ ଜମାକାରୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ରାଶି ମିଳିପାରିବ । ଡିଆଇସିଜିସି ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ । ଏହା ମାଧ୍ୟମରେ ୯୮.୩୨ ପ୍ରତିଶତ ଜମାକାରୀ ସେମାନଙ୍କର ପୂରା ଅର୍ଥ ପାଇ ପାରିବେ । ଖରାପ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଏହି ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.