fbpx
BSKY SKY
BSKY SKY

ଭୁଲ ଦିଗରେ ଦର୍ପଣ ଲଗାଇବା ଆଣିପାରେ ଦାରିଦ୍ରତା, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ୍‌…

BSKY

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁରେ ଶକ୍ତି(ଉର୍ଜା) ରହିଥାଏ । ଏହାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଘରର ସଦସ୍ୟଙ୍କ ଉପରେ ବି ପଡ଼ିଥାଏ । ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଜିନିଷ ରଖିବା ପାଇଁ ଏକ ନିର୍ଧାରିତ ସ୍ଥାନ ରହିଛି । ଏହାର ପାଳନ କରିଲେ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଅପରପକ୍ଷେ ଏହି ସବୁ ନିୟମ ବିରୋଧରେ କିଛି ବି କରିଲେ ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ ଏବଂ ବ୍ୟକ୍ତିଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସମସ୍ତଙ୍କ ଘରେ ଦର୍ପଣ ନିଶ୍ଚିତ ରହିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଦର୍ପଣ ଲଗାଇବାର ବି ନିୟମ ଅଛି । ଉଚିତ ଦିଗରେ ଦର୍ପଣ ଲଗାଇଲେ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ ଏବଂ ଭୁଲ ଦିଗରେ ଦର୍ପଣ ଲଗାଇଲେ ଘରେ ଦାରିଦ୍ରତା ଆସିଥାଏ ।
ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ଘରର କେଉଁ ଦିଗରେ ଦର୍ପଣ ଲଗାଇବା ଶୁଭଫଳ ଦେଇଥାଏ :

– ଦର୍ପଣ କେବେ ବି ଦକ୍ଷିଣ ବା ପଶ୍ଚିମ ଦିଗରେ ଲଗାନ୍ତୁ ନାହିଁ । ଏହା ଘରେ ଅଶାନ୍ତି ଲାଗି ରୁହେ ଏବଂ ଆର୍ଥିକ ସଙ୍କଟ ଦେଖା ଦେଇଥାଏ ।

– ଦର୍ପଣ ସବୁବେଳେ ସାଧା ହେବା ଉଚିତ । ରଂଗୀନ ଦର୍ପଣ ବ୍ୟବହାର କରିବା ଦ୍ୱାରା ଘରର ସୁଖ ଶାନ୍ତି ପ୍ରଭାବିତ ହୋଇଥାଏ ।

– ତିନିକୋଣିଆ ଦର୍ପଣ ଲଗାନ୍ତୁ ନାହିଁ । ସବୁବେଳେ ବର୍ଗାକାର ବା ଗୋଲିଆ ଦର୍ପଣ ବ୍ୟବହାର କରିବା ଶୁଭଫଳ ଦେଇଥାଏ ।

– ଶେଇବା କକ୍ଷରେ ଦର୍ପଣ ଲଗାଇବା ଉଚିତ ନୁହେଁ । ଆବଶ୍ୟକ ହେଲେ ଏପରି ସ୍ଥାନରେ ଦର୍ପଣ ଲଗାନ୍ତୁ ଯେପରି ଶୋଇବା ସମୟରେ ଆପଣଙ୍କ ପ୍ରତିଛବି ଦର୍ପଣରେ ଦେଖାଯାଉ ନଥିବ ।

– ଘରେ କେବେ ବି ଭଙ୍ଗା, ଖରାପ ହୋଇଯାଇଥିବା ବା ଅସନା ଦର୍ପଣ ରଖନ୍ତୁ ନାହିଁ । ଏହା ଘରେ ଦାରିଦ୍ରତା ଆଣିଥାଏ । ଏହା ସହ ଘରେ ଥିବା ସଦସ୍ୟଙ୍କ ପ୍ରଗତି ଅଟକିଯାଏ ।

– ଘରେ ସକାରାତ୍ମକ ଶକ୍ତି ପ୍ରବେଶ ନିମନ୍ତେ ମୁଖ୍ୟ ଦ୍ୱାରରେ ଦର୍ପଣ ଲଗାନ୍ତୁ ନାହିଁ ।

– ରୋଷେଇ ଘରେ ଦର୍ପଣ ଲଗାନ୍ତୁ ନାହିଁ । ଏହା ଦ୍ୱାରା ରୋଷେଇ ଘରୁ ବାହାରୁଥିବା ନକାରାତ୍ମକ ଶକ୍ତି ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ।

ବାସ୍ତୁ ଶାସ୍ତ୍ର ଆନୁଯାୟୀ ଘରେ ଉଚିତ ସ୍ଥାନରେ ଦର୍ପଣ ଲଗାଇବା ଦ୍ୱାରା ଜୀବନରେ ପ୍ରଗତି ଓ ସଫଳତା ମିଳିବା ସହ ଘରର ସୁଖ ସମୃଦ୍ଧି ବଜାୟ ରହିଥାଏ । ଯଦି ଆପଣଙ୍କ ଘରେ ଦର୍ପଣର ସ୍ଥାନ ଠିକ୍ ନାହିଁ ତେବେ ତୁରନ୍ତ ଏଥିରେ ପରିବର୍ତ୍ତନ କରନ୍ତୁ ।

Get real time updates directly on you device, subscribe now.