fbpx

କର୍ମଚାରୀଙ୍କ ରାଜ୍ୟ ଜୀବନ ବୀମା ପକ୍ଷରୁ ନିଯୁକ୍ତି: ଆଶାୟୀଙ୍କ ପାଇଁ ବାହାରିଲା ଚାକିରି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କର୍ମଚାରୀଙ୍କ ରାଜ୍ୟ ଜୀବନ ବୀମା (ଇଏସଆଇସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ପ୍ରାର୍ଥୀଙ୍କୁ ଫିଜିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ, ଜେନେରାଲ ମେଡିସିନ, ଆରଇସିୟୁ, ଡର୍ମାଟୋଲୋଜି, ପେଡିଆଟ୍ରିକ୍ସ, ଅର୍ଥୋପେଡିକ୍ସ, ଅଟୋରିନୋଲାରିଙ୍ଗୋଲୋଜି / ଇଏନଟି, ରେଡିଓ ଡାଇଗ୍ନୋସସ, ଏମର୍ଜେନ୍ସି ମେଡିସିନ, ଫିଜିକାଲ ମେଡିସିନ ଓ ରିହାବିଲିଟେସନ ଆଦି ବିଭାଗରେ ନିଯୁକ୍ତି ଦିଆଯିବ । ଆସନ୍ତା ୧୨ ଓ ୧୩ ତାରିଖରେ ପ୍ରାର୍ଥୀଙ୍କର ସାକ୍ଷାତକାର କରାଯିବ ।

ସେହିପରି ଆନାଟୋମି, ଆନାସ୍ଥେସିଆ, ବାୟୋକେମିଷ୍ଟ୍ରି, ବ୍ଲଡ ବ୍ୟାଙ୍କ, କମ୍ୟୁନିଟି ମେଡିସିନ, ଡର୍ମାଟୋଲୋଜି, ଏମର୍ଜେନ୍ସି ମେଡିସିନ, ଫରେନସିକ ମେଡିସନ, ଜେନେରାଲ ମେଡିସିନ, ଜେନେରାଲ ସର୍ଜରୀ, ଆଇସିୟୁ, ମାଇକ୍ରୋବାୟୋଲୋଜି, ଏନଆଇସିୟୁ, ଆଇସିୟୁ, ଓବିଜିୱାଇ, ଇଏନଟି, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ଫାର୍ମାକୋଲୋଜି, ଫିଜିଓଲୋଜି, ପିଏମଆର, ଫିଜିଆଟ୍ରି, ପୁଲମୋନାରୀ, କାର୍ଡିଓଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଟିବି ଓ ଚେଷ୍ଟ, ମେଡିକାଲ ଓନକୋଲୋଜି ଆଦି ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ସିନିୟର ରେସିଡେଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଆସନ୍ତା ୧୪ ତାରିଖରେ ସାକ୍ଷାତକାର କରାଯିବ । ଚଳିତ ମାସ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ-୧: https://www.esic.gov.in/attachments/recruitmentfile/875be0485b8d3532018312c5f2343cc0.pdf

ନୋଟିଫିକେସନ ଲିଙ୍କ-୨: https://www.esic.gov.in/attachments/recruitmentfile/2e5b21aceddf76f2eba66cc59ce2cd8c.pdf

Get real time updates directly on you device, subscribe now.