fbpx

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ୩ ଗୁରୁତର

କଟକରେ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ କଟକ ପିଠାପୁର ସ୍ଥିତ ତରଚାନ୍ଦପାଟଣାରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ ହୋଇ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଏସ୍‌ସିବି ମେଡ଼ିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆହତମାନଙ୍କର କୌଣସି ପରିଚୟ ମିଳିପାରିନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Get real time updates directly on you device, subscribe now.