fbpx
BJD
BJD SKY
BJD SKY

RBI ଦେଲା ନୂଆବର୍ଷ ଗିଫ୍ଟ: ରେପୋ ରେଟ୍ ଅପରିବର୍ତ୍ତିତ, ବଢ଼ିବନି ଜନତାଙ୍କର ଲୋନ୍ EMI

ନୂଆଦିଲ୍ଲୀ: ଆଗକୁ ନୂଆବର୍ଷ ୨୦୨୪ ଆସୁଥିବା ବେଳେ ତା’ ପୂର୍ବରୁ ଦେଶର ଜନତାଙ୍କ ପାଇଁ ଆସିଛି ଏକ ଖୁସି ଖବର । ରେପୋ ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରେପୋ ରେଟକୁ ୬.୫ ପ୍ରତିଶତରେ ସ୍ଥିର ରଖାଯାଇଛି । ଏହାଫଳରେ କ୍ରମାଗତ ପଞ୍ଚମ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ଦରକୁ ଅପରିବର୍ତ୍ତିତ ରଖିଛି ।

ଗତବର୍ଷ ମେ ମାସରେ ଆରବିଆଇ ରେପୋ ରେଟ ହାରରେ ବୃଦ୍ଧି ଘୋଷଣା କରିଥିଲା । ସେ ସମୟରେ ଅଚାନକ ଭାବେ ସୁଧ ହାର ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ତା’ ପରଠାରୁ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳିଥିଲା । ତା’ ପରେ ଆରବିଆଇ ରେପୋ ରେଟକୁ କ୍ରମାଗତ ୫ମ ଥର ପାଇଁ କାଏମ୍ ରଖିଥିଲା । ଚଳିତ କ୍ୟାଲେଣ୍ଡର ବର୍ଷର ଏହା ଥିଲା ଅନ୍ତିମ ବୈଠକ । ଆରବିଆଇର ଏହି ନିଷ୍ପତ୍ତି ଫଳରେ ସାଧାରଣ ଜନତାଙ୍କୁ ହୋମ ଓ କାର ଲୋନର ଇଏମଆଇରେ ଆଶ୍ୱସ୍ତି ମିଳିବ ।

ବର୍ତ୍ତମାନ ସମୟରେ ଭାରତ ବିଶ୍ୱର ସବଠାରୁ ଦ୍ରୁତ ଅର୍ଥନୀତି ଅଭିବୃଦ୍ଧି ଦେଶ । ଦ୍ୱିତୀୟ ତ୍ରୈୟମାସରେ ଭାରତର ଜିଡିପି ୭ ପ୍ରତିଶତରୁ ଅଧିକ ରହିଥିଲା । ଏନେଇ କେହି ପୂର୍ବରୁ ଅନୁମାନ କରିନଥିଲେ । ଏହାପରେ ସମସ୍ତ ଫାଇନାନ୍ସିଆଲ ସଂସ୍ଥାମାନେ ନିଜର ଆକଳନରେ ସଂଶୋଧନ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୭ ପ୍ରତିଶତ ହେବ ବୋଲି ବିଭିନ୍ନ ସଂସ୍ଥା ମତ ଦେଇଛନ୍ତି, ଯାହାକି ୬.୫ ପ୍ରତିଶତ ବା ତା’ଠାରୁ ତଳେ ରହିବା ନେଇ କୁହାଯାଇଥିଲା । ଜିଡିପି ୬.୫ ପ୍ରତିଶତ ରହିବ ବୋଲି ଆରବିଆଇର ପୂର୍ବ ବୈଠକରେ ଅନୁମାନ କରାଯାଯାଇଥିଲା ।

Get real time updates directly on you device, subscribe now.