fbpx
BJD
BJD SKY
BJD SKY

ପଞ୍ଜାବର ପୂର୍ବତନ ଡେପୁଟି CM ଗିରଫ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନି ଗିରଫ ହୋଇଛନ୍ତି । ଭିଜିଲାନ୍ସ ବ୍ୟୁରୋ ପକ୍ଷରୁ ଶ୍ରୀ ସୋନିଙ୍କୁ ଗିରଫ କରାଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କ ସମୟରେ ଶ୍ରୀ ସୋନି ଡେପୁଟି ସିଏମ୍ ଦାୟିତ୍ୱରେ ରହିଥିଲେ । ତେବେ ବେଆଇନ ଅର୍ଥ କାରବାରକୁ ନେଇ ଶ୍ରୀ ସୋନିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

୨୦୧୬ରୁ ୨୦୨୨ ମଧ୍ୟରେ ଶ୍ରୀ ସୋନି ବେଆଇନ ଭାବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ମାମଲାରେ ଗିରଫ ହୋଇଛନ୍ତି । ୨୦୧୬ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପୂର୍ବତନ ଡେପୁଟି ସିଏମ୍ ଓ ତାଙ୍କ ପରିବାରର ଆୟ ୪ କୋଟି ୪,୫୨,୧୮,୭୭୧ ଟଙ୍କ ରହିଥିଲା । ମାତ୍ର ଖର୍ଚ୍ଚ ୧୨,୪୮,୪୨,୬୯୨ ଟଙ୍କା ହୋଇଥିବା ଭିଜିଲାନ୍ସ ଟିମର ଜଣେ ଅଫିସିଆର ମୁଖପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନିର୍ଦ୍ଦେଶରେ ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ଶ୍ରୀ ସୋନି ତାଙ୍କ ପତ୍ନୀ ସୁମନ ସୋନୀ ଓ ପୁଅ ରାଘବ ସୋନିଙ୍କ ନାମରେ ସମ୍ପତ୍ତି ଠୁଳ କରିଥିଲେ । ଯାଞ୍ଚ ପରେ ଶ୍ରୀ ସୋନିଙ୍କ ବିରୋଧରେ ଅମୃତସର ରେଞ୍ଜର ପୋଲିସ ଷ୍ଟେସନ ଭିଜିଲାନ୍ସ ବ୍ୟୁରୋରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମର ଧାରା ୧୩ (୧) ବି ଓ ୧୩ (୨) ଅଧିନରେ ଏଫଆଇଆର ଦାୟର କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ଡେପୁଟି ସିଏମଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଯାଞ୍ଚ ଚାଲିଛି । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓମ ପ୍ରକାଶଙ୍କ ବିରୋଧରେ ୮ ନମ୍ବର ଏକ ଅଭିଯୋଗ ଚଣ୍ଡିଗଡ଼ରେ ଦାୟର ହୋଇଥିଲା । କଂଗ୍ରେସ ସରକାର କାର୍ଯ୍ୟକାଳରେ ଓମ ପ୍ରକାଶ ନିଜର କ୍ଷମତାର ଦୁରୁପଯୋଗ କରି ପର୍ଯ୍ୟାପ୍ତ ବେଆଇନ ସମ୍ପତ୍ତି ହାତେଇଥିବା ଉକ୍ତ ଅଭିଯୋଗରେ କୁହାଯାଇଥିଲା ।

Get real time updates directly on you device, subscribe now.