fbpx

ଦିନେ ନୁହେଁ, ଏ ବର୍ଷ ଦୁଇ ଦିନ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା: ନ ମାନିଲେ ହୋଇଯିବ ଅନର୍ଥ

ଆମ ଭାରତ ବର୍ଷରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ସେଥିମଧ୍ୟରେ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷା ବନ୍ଧନ ଅନ୍ୟତମ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ । ପ୍ରତିବର୍ଷ ଏହି ପର୍ବକୁ ଧୁମଧାମର ସହକାରେ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ ରକ୍ଷା ବନ୍ଧନ ଗୋଟିଏ ଦିନ ନୁହେଁ, ଦୁଇ ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ଅଗଷ୍ଟ ୩୦ ତାରିଖରେ ରାକ୍ଷୀ ବାନ୍ଧିବା ଅଶୁଭ ବୋଲି କୁହାଯାଉଛି । ତେଣୁ ଅଗଷ୍ଟ ୩୧ ତାରିଖରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ।

ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କ ଏବଂ ଅବିସ୍ମରଣୀୟ ପ୍ରେମର ଦିନକୁ ରକ୍ଷାବନ୍ଧନ ବୋଲି କୁହାଯାଏ । ପ୍ରତିବର୍ଷ ଏହି ପର୍ବକୁ କେବଳ ଗୋଟିଏ ଦିନ ପାଳନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଏହି ପର୍ବ ଦୁଇ ଦିନ ପାଇଁ ପାଳନ କରାଯିବ । ଚଳିତ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅଗଷ୍ଟ ମାସର ୩୦ ତାରିଖରେ ପଡ଼ୁଛି । କିନ୍ତୁ କୁହାଯାଉଛି ଯେ, ଚଳିତ ବର୍ଷ ଅଗଷ୍ଟ ୩୦ରେ ଭଦ୍ରାଙ୍କ ଛାୟା ରହୁଛି । ହିନ୍ଦୁ ଧର୍ମରେ ଏହା ବିଶ୍ୱାସ ରହିଛି ଯେ, ଯଦି ଶ୍ରାବଣର ପୂର୍ଣ୍ଣିମା ଦିନ ଭଦ୍ରାଙ୍କ ଛାୟା ରହେ ତେବେ ଭଦ୍ରାକାଳ ନସରିବା ପର୍ଯ୍ୟନ୍ତ ରାଖୀ ବାନ୍ଧି ହେବ ନାହିଁ । ଭଦ୍ରାକାଳ ସରିବା ପରେ ଯାଇ ରାକ୍ଷୀ ବନ୍ଧାଯାଇ ପାରିବ । ଭଦ୍ରାକାଳରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ବୋଲି କୁହାଯାଏ । ଏଭଳି ପରିସ୍ଥିତିରେ ଚଳିତ ବର୍ଷ ୩୦ ଏବଂ ୩୧ ଅଗଷ୍ଟରେ ରାକ୍ଷୀ ପର୍ବ ପାଳନ କରାଯିବ ।

ପୁରାଣ ଅନୁସାରେ, ତ୍ରେତୟା ଯୁଗରେ ସୃପଣଖା ଭଦ୍ରାଛାୟା ସମୟରେ ଭାଇ ଲଙ୍କାପତି ରାବଣଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ସେଥିପାଇଁ ରାବଣଙ୍କର ସମ୍ପୂର୍ଣ୍ଣ ପରିବାର ନଷ୍ଟ ହୋଇଯାଇଥିଲା । ତେଣୁ ଏହି ଭଦ୍ରାଛାୟା ସମୟରେ ରାକ୍ଷୀ ବାନ୍ଧିଲେ ଭାଇମାନଙ୍କର ଆୟୁଷ କମିଯାଏ ବୋଲି କୁହାଯାଏ ।

Get real time updates directly on you device, subscribe now.