fbpx
BJD
BJD SKY
BJD SKY

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଆଶ୍ୱସ୍ତି । ଅନୁପଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍ । ଡବଲ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟା ମାମଲାରେ ଅନୁପ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତ ଏପ୍ରିଲ ମାସରେ ଛତିଶଗଡ଼ର ରାଇଗଡ଼ ସେସନ୍ସ କୋର୍ଟ ଅନୁପଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଣି କରିଥିଲେ । ସେହିପରି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ ।

ଗତ ୨୦୧୬ ମସିହାରେ ଛତିଶଗଡ଼ର ଚକ୍ରଧର ନଗର ଅଞ୍ଚଳରୁ କଳ୍ପନା ଓ ତାଙ୍କର ୧୪ ବର୍ଷୀୟା ଝିଅଙ୍କର ମୃତଦେହ ମିଳିଥିଲା । ଦୁହିଁଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ରେ ଅନୁପ ଓ ତାଙ୍କର ସହଯୋଗୀ ବର୍ଦ୍ଧନଙ୍କୁ ପୋଲିସ ଗିରଫ କରିଥିଲା । ଛତିଶଗଡ଼ ପୋଲିସ ଦ୍ୱାରା ଅଟକ ରହିବା ପରେ ଗତ ୨୦୨୦ରେ ଅନୁପଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଅନୁପ ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ୩ ଥର ବିଧାୟକ ହୋଇଥିଲେ । ୨୦୦୦, ୨୦୦୪ ଓ ୨୦୦୯ରେ ସେ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ୧୯୬୧ ମସିହା ଜୁଲାଇ ୧ ତାରିଖରେ ଅନୁପ ଜନ୍ମଗ୍ରହଣ କରିଥିଲେ ।

Get real time updates directly on you device, subscribe now.