fbpx

T20 World Cup ମଝିରେ ବିରାଟ କୋହଲିଙ୍କୁ ବଡ ସଫଳତା: ପ୍ରଥମ ଥର ପାଇଁ କଲେ ଏହି କମାଲ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ମଝିରେ ବିରାଟ କୋହଲିଙ୍କୁ ମିଳିଛି ଏକ ବଡ ସଫଳତା । ପ୍ରଥମ ଥର ପାଇଁ ଏକ ବଡ ଉପଲବ୍ଧିର ପାତ୍ର ପାଲଟିଛନ୍ତି ଟିମ ଇଣ୍ଡିଆର ଚେଜ୍ ମାଷ୍ଟର । ଆଇସିସିର ପ୍ଲେୟର ଅଫ୍ ଦ ମନ୍ଥ ଭାବେ ତାଙ୍କ ନାମ ନୋମିନେଟ ହୋଇଛି । ତେବେ ପ୍ରଥମ ଥର ପାଇଁ ଏଭଳି କରିସ୍ମା କରିଛନ୍ତି ବିରାଟ କୋହଲି । କୋହଲିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡାଭିଡ ମିଲର ଏବଂ ଜିମ୍ବାୱେର ଅଲରାଉଣ୍ଡର ସିକନ୍ଦର ରଜାଙ୍କ ନାଁ ମଧ୍ୟ ନୋମିନେ କରାଯାଇଛି ।

ତେବେ ଏଥର ପ୍ରଥମ ଥର ପାଇଁ କିଙ୍ଗ କୋହଲିଙ୍କୁ ଆଇସିସି ପ୍ଲେୟର ଅଫ୍ ଦ ମନ୍ଥ ଆୱାର୍ଡ ପାଇଁ ନୋମିନେଟ୍ କରାଯାଇଛି । ଅକ୍ଟୋବର ମାସରେ ମୋଟ ୨୦୫ ଟି-୨୦ ରନ କରି ଏହି ଆୱାର୍ଡ ପାଇଁ ନିଜ ନାଁ ଦାଖଲ କରାଇଛନ୍ତି । ଦମଦାର ଫର୍ମରେ ଥିବା କୋହଲି ପ୍ରଥମେ ପାକିସ୍ତାନ ବିପକ୍ଷରେ ୫୩ ବଲରୁ ୮୨ ରନ କରିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ମଧ୍ୟ ୬୨ ରନର ଏକ ଦମଦାର ଇନିଂସ ଖେଳିଥିଲେ ।

ବିରାଟଙ୍କର ଏହି ଦୁଇଟି ଇନିଂସ ଭାରତକୁ ବିଶ୍ୱକପ ଯାତ୍ରାରେ ଆଗେଇ ନେଇଛି । ଏହି ଦୁଇଟି ପାଳି ବଳରେ ପାକିସ୍ତାନ ଏବଂ ନେଦରଲାଣ୍ଡକୁ ମାତ୍ ଦେଇ ସେମିଫାଇନାଲକୁ ଅଗ୍ରସର ହେଉଛି ଟିମ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ୱକପରେ ୪ଟି ମ୍ୟାଚରୁ ୩ଟି ଇନିଂସରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ତେବେ ବିରାଟ କୋହଲିଙ୍କର ଏହି ଜଲୱା ଏବେ ବି ଜାରି ରହିଛି ।

Get real time updates directly on you device, subscribe now.