fbpx
BJD SKY
BJD SKY

Video: ଇମ୍ରାନ ଖାନଙ୍କୁ ଗୁଳି ଚଳାଇଥିବା ଯୁବକ ଗିରଫ, କହିଲା- ‘ଇମ୍ରାନ୍‌ଙ୍କୁ ହତ୍ୟା କରିବାକୁ ଆସିଥିଲି’

BJD

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ହୋଇଛି ଗୁଳିମାଡ଼। ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି ମଧ୍ୟରେ ଇମ୍ରାନ୍ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ତେବେ ଆକ୍ରମଣକାରୀକୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପାକିସ୍ତାନ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଜଣକ ଇମ୍ରାନ୍ ଖାନଙ୍କ ହତ୍ୟା କରିବାକୁ ଆସିଥିଲା। ଏବେ ଅଭିଯୁକ୍ତର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଦୁର୍ବୁତ୍ତ ଜଣକ କହୁଛି କି ସେ କେବଳ ଇମ୍ରାନ୍ ଖାନଙ୍କ ହତ୍ୟା କରିବାକୁ ଆସିଥିଲା। କିନ୍ତୁ ଏହି ଆକ୍ରମଣରେ ଇମ୍ରାନ୍ ଖାନ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୱାଜିରାବାଦର ଆଲ୍ଲା ହୋ ଛକ ନିକଟରେ ଦୁର୍ବୁତ୍ତ ଜଣେ ଇମ୍ରାନ ଖାନଙ୍କ କଣ୍ଟେନର ଉପରେ ଗୁଳି ଚଳାଇଥିଲେ। ଯଦିଓ ଇମ୍ରାନ ଖାନ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସେ ଆହତ ହୋଇଛନ୍ତି। ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଇମ୍ରାନ ଖାନ ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କ ଗୋଡରେ ଗୁଳି ବାଜିଛି। ଭାଇରଲ ହେଉଥିବା ଭିଡିଓରେ ତାଙ୍କ ଡାହାଣ ଗୋଡରେ ଏକ ବ୍ୟାଣ୍ଡେଜ୍ ଦେଖାଯାଉଛି। ଆକ୍ରମଣ ପରେ ଇମ୍ରାନ ଖାନଙ୍କୁ କଣ୍ଟେନରରୁ ବାହାର କରି ବୁଲେଟ୍ ପ୍ରୁଫ୍ କାରରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଇମ୍ରାନ ଖାନ ଲାହୋରରୁ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ପଦଯାତ୍ରା ସମୟରେ ସେ ଯେଉଁ କଣ୍ଟେନରରେ ଥିଲେ ସେଠାରେ ଗୁଳି ବିନିମୟ ହୋଇଥିଲା।

Get real time updates directly on you device, subscribe now.