fbpx

ଆଧାର କାର୍ଡ ନଥିବାରୁ ହସ୍ପିଟାଲରେ ହେଲାନି ଭର୍ତ୍ତି: ଯାଆଁଳା ଶିଶୁ ସମେତ ମହିଳା ମୃତ

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିକାଲି ମଣିଷର ସବୁଠୁ ବଡ ପରିଚୟପତ୍ର ପାଲଟିଛି । ଏହା ବିନା କୌଣସି କାମ କରିବା ବି ସମ୍ଭବ ନୁହେଁ । କିନ୍ତୁ ଆଧାର କାର୍ଡ ବିନା ସରକାରୀ ଡାକ୍ତରଖାନାରେ ଚିକିତ୍ସା ନ ହେବା ଘଟଣା ଖୁବ ଆଶ୍ଚର୍ଯ୍ୟକର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମକୁର ଜିଲ୍ଲାରେ । ଆଧାର କାର୍ଡ ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ । ଫଳରେ ଏହି ମହିଳାଙ୍କ ସହିତ ଦୁଇ ଶିଶୁ ମଧ୍ୟ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ମହିଳାଙ୍କ ନିକଟରେ ଆଧାର କାର୍ଡ ନଥିବାରୁ ମେଡିକାଲରେ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି । ଜଣେ ଗର୍ଭବତୀ ମହିଳା କସ୍ତୁରୀଙ୍କୁ ଜିଲ୍ଲା ହସ୍ପିଟାଲରେ ଡେଲିଭରୀ ପାଇଁ ନିଆଯାଇଥିଲା । କିନ୍ତୁ ସାମାନ୍ୟ ଆଧାର କାର୍ଡ କିମ୍ବା ମ୍ୟାଟରନିଟି ନଥିବାରୁ ତାଙ୍କୁ ମେଡିକାଲରେ ଆଡମିଶନ କରାଯାଇନଥିଲା । ଫଳରେ ମହିଳା ଚିକିତ୍ସା ନପାଇ ଘରକୁ ଫେରି ଆସିଥିଲେ । ଘରେ ସେ ଦୁଇଟି ଯାଆଁଳା ପିଲାଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ଏହାପରେ ଯାହା ଘଟିଛି ତାହା ସରକାରଙ୍କ ବ୍ୟବସ୍ଥା ଏବଂ ମାନବପଣିଆକୁ ପରିହାସ କରିଛି । ପିଲାଙ୍କୁ ଜନ୍ମ ଦେବାର କିଛି ସମୟ ପରେ ମହିଳା ଏବଂ ଉଭୟ ପିଲା ମୃତ୍ୟୁବରଣ କରିଛନ୍ତି ।

ଜନ୍ମ ଦେବାର କିଛି ସମୟ ପରେ ପ୍ରଥମ ପିଲାଟି ପ୍ରାଣ ହରାଇଥିଲା । ଏହାପରେ ଦ୍ୱିତୀୟ ପିଲା ଜନ୍ମ ହେବା ସମୟରେ ମହିଳା ଏବଂ ଦ୍ୱିତୀୟ ପିଲାଟି ମୃତ ଅବସ୍ଥାରେ ଜନ୍ମ ନେଇଛି । ଏ ଘଟଣା ନେଇ ଜିଲ୍ଲା ହସ୍ପିଟାଲର ଅସମ୍ବେଦନଶୀଳତାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ । ଆଧାର କାର୍ଡ ନଥିଲେ ବି ମାନବିକତା ଦୃଷ୍ଟିରୁ କସ୍ତୁରୀଙ୍କୁ ଆଡ ମିଶନ କରି ଚିକିତ୍ସା କରାଯାଇ ପାରିତାନ୍ତା ବୋଲି କହିଛନ୍ତି ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଜାଣିବା ପରେ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।

Get real time updates directly on you device, subscribe now.